ଜଗନ୍ନାଥ ସାହିତ୍ୟ ଓ ସଂସ୍କୃତି କରିଷଦର ସାରସ୍ୱତ ସମାରୋହ ମୁଖପତ୍ର ‘ନୀଳାଦ୍ରୀ’ ଓ ‘ଜହ୍ନ ରାଇଜର ଘର’ ଉନ୍ମୋଚିତ

ଭଦ୍ରକ,୨୦ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ମାତୃଭାଷା ଜଣେ ବ୍ୟକ୍ତିର ପ୍ରତମ ସାଂସ୍କୃତିକ ପରିଧି ଓ ପରିଚୟ । ଭାବ ଓ ଭାଷାରୁ ସୃଷ୍ଟି ହୁଏ ସାହିତ୍ୟ । ସେ କବି, ସେ ମନ୍ତ୍ରଦ୍ରଷ୍ଟା ଓ ସେହିଁ ଏକ ସମାନ୍ତରାଳ ସୃଷ୍ଟିର ସ୍ରଷ୍ଟା । କବିମାନେ ହିଁ ସୃଷ୍ଟିକୁ ଏକ ନୂତନ, ଭିନ୍ନ ଓ ଅନ୍ୟ ଦୃଷ୍ଟିରେ ଦେଖିପାରନ୍ତି । ଭାଷାକୁ ନୂଆ ଭାବରେ ଲେଖି ପାରନ୍ତି । ଭାବନାକୁ ନୂତନ ଶୈଳୀରେ ପ୍ରକାଶ କରିଥାନ୍ତି । କଳ୍ପନାକୁ ବାସ୍ତବ ରୂପ ଦେଇଥାନ୍ତି ବୋଲି ଭଦ୍ରକ ଜିଲ୍ଲା ଆଦମପୁରସ୍ଥିତ ଜଗନ୍ନାଥ ସାହିତ୍ୟ ଓ ସଂସ୍କୃତି ପରିଷଦ ଓ ପାଠାଗାରର ପଞ୍ଚଦଶତମ ବାର୍ଷୀକ ଉସôବରେ ମତପ୍ରକାଶ ପାଇଛି । ପରିଷଦର ସ୍ଥାୟୀ ସଭାପତି ଶିକ୍ଷାବିତ୍ ମୁରଲିଧର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି ସମିଳନୀରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼.ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉସôବକୁ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଇଂ ଅଭୟ ସୂତାର, ସମ୍ମାନିତ ଅତିଥି ଭାବେ ଗୀତାରାଣୀ ଆଇଚ, ଓଷ୍ଟା ଜିଲ୍ଲା ସଂପାଦକ ପ୍ରଦୀପ କୁମାର ଦାସ ଯୋଗଦେଇଥିଲେ । ପ୍ରକୃତିବନ୍ଧୁ ବୈକୁଷ୍ଠ ବିଶ୍ୱାଳ ଅତିଥି ପରିଚୟ, ପରିଷଦର ସଂପାଦକ ଶୋଭନ ଖିଲାର ସଂପାଦକୀୟ ବିବରଣୀ ଓ ବିଜୟ ବହଳୀ ବେଦପାଠ କରିଥିଲେ । ଏହି ଅବସରରେ ଶ୍ରୀ ଖିଲାରଙ୍କ ରଚିତ ଜହ୍ନ ରାଇଜର ଘର ଓ ପରିଷଦର ମୁଖପତ୍ର ନୀଳାଦ୍ରୀ ଉନ୍ମୋଚିତ ହୋଇଥିଲା । ଯାତ୍ରା ଗବେଷକ ପ୍ରଫୁଲ୍ଲ ପଣ୍ଡା ପୁସ୍ତକର ସମୀକ୍ଷା କରିଥିଲେ । କବୟତ୍ରୀ ଅନୁରାଧା ମିଶ୍ର ଓ କାଞ୍ଚନଲତା ଜେନା କବିତାଗୁଡ଼ିକର ସମୀକ୍ଷା କରିଥିଲେ । ଉସôବକୁ ପ୍ରଶାନ୍ତ ଖିଲାର, ଲକ୍ଷ୍ମୀଧର ପରିଡ଼ା ଓ ବୀଣାପାଣି ଖିଲାର ପରିଚାଳନା କରିଥିବାବେଳେ, କବି ପ୍ରଫୁଲ୍ଲ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *