ଜିଲ୍ଲା ପରିକ୍ରମା

ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାରେ ଟପ୍ପରହେଲେ ଛାତ୍ର ଅବିନାଶ

ଖଇରା, ୮/୧୧/୨୦୧୮(ଓଡିଆ ପୁଅ /ନରେନ୍ଦ୍ର ପ୍ରସାଦ ବେହେରା)-ଚାରଣ ଗୋଷ୍ଠୀ ପୁରୀ ଆନୁକୁଲ୍ୟରେ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା-୨୦୧୮ ଗତତା ୧୮/୮/୨୦୧୮ରି ରବିବାର ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା। ଯାହାର ପରୀକ୍ଷାଫଳ ପ୍ରକାଶ ପାଇଥିଲା ଗତତା ୭/୧୦/୨୦୧୮ରିଖରେ। ସାରା ରାଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଁ ନୟାଗଡ ଜିଲ୍ଲାକୁ ବଛାଯାଇଥିଲା। ନୟାଗଡ ଜିଲ୍ଲା ସଦର ମହକୁମାସ୍ଥ ରୋଟାରୀ କ୍ଲବ ସଭାଗୃହରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାରଣ ଗୋଷ୍ଠୀର ଦଳପତି ପ୍ରାଧ୍ୟାପକ ଡ. ଗୋପାଳ ଚନ୍ଦ୍ର ରଥ, ସଂପାଦକ ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷାର ମୁଖ୍ୟ ସଂଯୋକ ଗୋବିନ୍ଦ ଚନ୍ଦ୍ର ବେହେରା ଓ ପରୀକ୍ଷା ନିୟନ୍ତ୍ରକ ସୁରଭାଇଙ୍କ ଉପସ୍ଥିତିରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନକରି ବିଧିବଦ୍ଧ ଭାବରେ ପରୀକ୍ଷାଫଳ ଘୋଷଣା କରାଯାଇଥିଲା। ଓଡିଶାର ମୋଟ ୨୬ଗୋଟି ଜିଲ୍ଲରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୮୨ଟି ସ୍କୁଲରେ ୨୬୨ ଟି ପରୀକ୍ଷା କେନ୍ଦ୍ରରେ ୧୦୭୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି ପରୀକ୍ଷା ଦେବାପାଇଁ ୩ୟ ଶ୍ରେୀଣୀରୁ ଯୁକ୍ତ ୩ ପର୍ଯ୍ୟନ୍ତ ଯୋଗ୍ୟତା ରଖାଯାଇଥିଲା। ଗୋଟିଏ କେନ୍ଦ୍ରର ପରୀକ୍ଷାଫଳ ପ୍ରକାଶନ ବନ୍ଦ ରହିଥିବାବେଳେ ୨୩୮୦ଜଣ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳକୁ ବିଭିନ୍ନ କାରଣ ପାଇଁ ସ୍ଥଗିତ ରଖାଯାଇଥିଲା। ୮୩୪୩ଜଣ ପରୀକ୍ଷାର୍ଥୀ ପାସ କରିଥିବାବେଳେ ସେଥିମଧ୍ୟରୁ ଗ୍ରେଡ-ଏ ରେ ୧୩୫୮, ଗ୍ରଡ-ବି ରେ ୧୦୯୫, ଗ୍ରଡ ସି ରେ ୪୩୩୪ ଓ ଗ୍ରଡ ଡି ରେ ୧୫୫୬ ଜଣ ପରୀକ୍ଷାର୍ଥୀ ପାସ କରିଛନ୍ତି ସାରା ରାଜ୍ୟରୁ। ପଶ୍ଚିମବଙ୍ଗ ରାଜ୍ୟର୧୦ଟି ଜିଲ୍ଲାର ୧୨୩ଜଣ ଛାତ୍ରଛାତ୍ରୀ ମଧ୍ୟ ଏହି ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା ଦେଇଛନ୍ତି।

ସେଥିମଧ୍ୟରୁ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗୋଳିହା ଚଣ୍ଡିମାତା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅବିନାଶ କୁମାର ବାରିକ ଜଗନ୍ନାଥ ସଂସ୍କୃତି ଜ୍ଞାନ ପରୀକ୍ଷା -୨୦୧୮ପାଇଁ ହୋଇଥିବା ପରୀକ୍ଷାରେ ୭୮ଶତକଡା ନମ୍ବର ରଖି ବାଲେଶ୍ୱର ଜିଲ୍ଲାରୁ ଟପ୍ପର ହୋଇଛନ୍ତି ବୋଲି ଚାରଣ ଗୋଷ୍ଠୀର ଜିଲ୍ଲା ସଂଯୋଜକ ରମଣୀ ରଞ୍ଜନ ନାୟକ ସୂଚନା ଦେଇଛନ୍ତି। ସାଲୋମାଧପୁର ଗ୍ରାମନିବାସୀ ପିତା ହେମନ୍ତ କୁମାର ବାରିକ ଓ ମାତା ଉର୍ମିଳା ବାରିକଙ୍କ ସେ ପୁତ୍ର ଅଟନ୍ତି। ଶ୍ରୀ ବାରିକ ଗୋଳିହା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ନିଜ ଅଜା ଶିବ ପ୍ରସାଦ ବାରିକଙ୍କ ଘରେ ପିଲାଟି ଦିନରୁ ରହି ପାଠପଢିଆସୁଅଛି। ଏହି ପରୀକ୍ଷା ପାଇଁ ସେ ଦିନରାତି ବହୁ ପରିଶ୍ରମ କରିଥିଲେ। ଏହି ସଫଳତା ଫଛରେ ପିତା, ମାତା, ଅଜା, ଆଈ ଓ ସ୍କୁଲର ଶିକ୍ଷକମାନଙ୍କର ପ୍ରଚେଷ୍ଟା ଥିବାଯୋଗୁଁ ଆଜି ଏହି ସଫଳତା ମିଳିଛି ବୋଲି ଅବିନାଶ ପ୍ରକାଶ କରିଛନ୍ତି। ଏଥିସହିତ ପୁରୀଠାରେ ହେବାକୁଥିବା ରାଜ୍ୟ ସ୍ତରୀୟ ପରୀକ୍ଷା ପାଇଁ ମଧ୍ୟ ମନୋନିତ ହୋଇଛନ୍ତି। ଶ୍ରୀ ବାରିକ ଅନ୍ୟଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ପରୀକ୍ଷାରେ ଭାଗନେଇ ନିଜର ଜ୍ଞାନକୁ ସଂବୃଦ୍ଧ କରିବା ସହିତ ଓଡିଶା ଜଗନ୍ନାଥ ସଂସ୍କୃତିକୁ ସୁଦୂର ପ୍ରସାର କରିବା ପାଇଁ ନିବେଦନ କରିଛନ୍ତି। ଆସନ୍ତା ଡିସେମ୍ବର ମାସ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଡୁଙ୍ଗୁରା ଦର୍ଶନ ପ୍ରସାଦ ନୋଡାଲସ୍କୁଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ବର୍ଦ୍ଧନା ଉତ୍ସବରେ ସମ୍ବର୍ଦ୍ଧିତ କରାଯିବାନେଇ ଅଂଚଳବାସୀ, ବୁଦ୍ଧିଜୀବି, ପିତାମାତା ଓ ଶିକ୍ଷକମାନେ ପ୍ରକାଶ କରିଛନ୍ତି। ଜଗନ୍ନାଥ ସଂସ୍କୃତି ଚାରଣ ଗୋଷ୍ଠୀର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲା ସଂଯୋଜକ ରମଣିରଞ୍ଜନ ନାୟକଙ୍କ ଦ୍ୱାରା ଏହି ସଫଳତା ମିଳିପାରିଛି ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ବାଲେଶ୍ୱର ଜିଲ୍ଲାରୁ ମୋଟ ୩ଟି ବିଦ୍ୟାଳୟ ଡୁଙ୍ଗୁରା ଦର୍ଶନ ପ୍ରସାଦ ହାଇସ୍କୁଲ, ଗୋଳିହା ଚଣ୍ଡିମାତା ହାଇସ୍କୁଲ ଓ ଝିଙ୍କିରିଆ ସତ୍ୟମ୍ ଶିବମ୍ ଓ ସନ୍ଦରମ ହାଇସ୍କୁଲର ୧୧୫ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top