ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ଚିଙ୍ଗୁଡିପୁର : ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ଭଦ୍ରକ, ୧୦ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତ ୯ ତାରିଖ ଚିଙ୍ଗୁଡିପୁର ଜଗନ୍ନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ  ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବଳ ଚନ୍ଦ୍ର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଶିକ୍ଷକ ବସନ୍ତ କୁମାର ଲେଙ୍କା, ଗୋଲକବନ୍ଧୁ ଆଚାର୍ଯ୍ୟ, ଦେବେନ୍ଦ୍ର ପାଣି, ଗୀତ୍ ରୋଜାଲିନ, ରାଜେନ୍ଦ୍ର କୁମାର ସାହୁ, କମ୍ପୁ୍ୟଟର ଶିକ୍ଷିକା ସ୍ମିତାଶ୍ରୀ ରାଉତ ଯୋଗ ଦେଇ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନର ସ୍କୁଲ ଜୀବନ ଶେଷ କରି ଅ୍ରାଗାମୀ ଦିନରେ ଅନ୍ୟ ଏକ ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ କିପରି ନିଜକୁ ଗଠନ କରିବେ, ସେ ସଂପର୍କରେ ପରାମର୍ଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍କୁଲ ଜୀବନର ଅନୁଭୁତି ପ୍ରକାଶ କରିଥିଲେ । କ୍ରୀଡା ଶିକ୍ଷିକା ବିକଶୀ ସାହୁ ପିଲାମାନଙ୍କୁ ଶୃଙ୍ଖଳା ଜ୍ଞାନ ବୃଦ୍ଧି ଦିଗରେ କେତେକ ଭାବଗର୍ଭକ ପରାମର୍ଶ ଦେଇଥିଲେ । ଶଶୀଲତା ଦାସ, ସୁନନ୍ଦା ଖିଲାର, ବାସନ୍ତୀ ଯେନା, ପ୍ରିୟଦର୍ଶିନୀ ପଣ୍ଡା, ମଧୁସ୍ମିତା ନାୟକ, ଦମୟନ୍ତୀ ନାଥ, ସସ୍ମିତା ସାମନ୍ତ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ବକ୍ତବ୍ୟ ରଖିଥିଲେ । ଶିକ୍ଷାକର୍ମୀ ଆନନ୍ଦ ଚନ୍ଦ୍ର ନାୟକ, କୁଞ୍ଜ ବିହାରୀ ନାୟକ ଓ ନିରାକାର ସାମଲ ସଭା ପରିଚାଳନା କରିଥିଲେ । ଏହି ଅବସରରେ ବିଦ୍ୟାଳୟରେ ଏକ ଭାବଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *