ଜିଲ୍ଲା ପରିକ୍ରମା

ଜଗନ୍ନାଥ ଧାମ ରୋଟାରୀ କ୍ଲବର ଅଧିସ୍ଥାନ ଉତ୍ସବ

ପୁରୀ:୦୯/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ଜଗନ୍ନାଥ ଧାମ ରୋଟାରୀ କ୍ଲବର ଅଧିସ୍ଥାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ ଜିଲ୍ଲା ଗଭର୍ଣ୍ଣର ଭବାନୀ ଚୌଧୁରୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଟ୍ରାକ୍ଟ କ୍ଲବର ଯୁବ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ ଜନହିତକର କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। କ୍ଲବର ସଭାପତି ନନ୍ଦ କିଶୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଜଗନ୍ନାଥ ଧାମର ସଭାପତି ସୁବାଷ ଚନ୍ଦ୍ର ପରିଡା, ଆଶୁତୋଷ ରଥ, ସ୍ମୃତିରଞ୍ଜନ ବିଶ୍ୱାଳ, ପବକ୍ତା ଦେବରାୟ, ରାଜ ନାରାୟଣ ଖୁଣ୍ଟିଆ, ଶକ୍ତି ପ୍ରସାଦ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। କ୍ଲବର ସାଧାରଣ ସମ୍ପାଦକ ହରିଶଙ୍କର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ କ୍ଲବର ମୁଖପାତ୍ର ଶୁଭ ଆରମ୍ଭ ଉନ୍ମୋଚିତ ହୋଇଥିଲା। ପ୍ରତିଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବହୁ ରୋଟ୍ରାକ୍ଟ କ୍ଲବର ଯୁବ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top