ଜିଲ୍ଲା ପରିକ୍ରମା

ଜଗନ୍ନାଥଧାମ ରୋଟାରୀ କ୍ଲବର ଉତ୍ସବ

ପୁରୀ:୧୬/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ରୋଟାରୀ କ୍ଳବ ଅଫ୍ ଜଗନ୍ନାଥଧାମ ପକ୍ଷରୁ ଜିଲ୍ଲା ଗଭର୍ଣ୍ଣରଙ୍କ ପରିଦର୍ଶନ ଅବସରରେ ଏକ ସଭା ହୋଟେଲ ହାନ୍ସ କୋକୋପାମ୍ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। କ୍ଳବର ସଭାପତି ମନୋଜ ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷଣ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ସୁକାନ୍ତ ସେଠୀ କ୍ଲବର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସଂର୍ପକରେ ପାୱାର ପଏଂଟ ମାଧ୍ୟମରେ ସୂଚନା ଦେଇଥିଲେ। ପ୍ରଭୁଦତ ସୁବୁଦ୍ଧିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ରୋଟାରୀ ଜିଲ୍ଲା ଆସିଷ୍ଟାଂଟ ଗଭର୍ଣ୍ଣର ସମରେନ୍ଦ୍ର ପରିଡ଼ା ସମ୍ମାନୀତ ଅତିଥିଭାବେ ଯୋଗଦେଇ କ୍ଳବର ବିଭିନ୍ନ ସମାଜସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ କ୍ଳବର ପ୍ରତିଷ୍ଠିତ ସଦସ୍ୟ ଜୟଦେବ ସୁବୁଦ୍ଧି, ଦୁର୍ଗାଦତ୍ତ ସୁବୁଦ୍ଧି, ଦେବାଶିଷ କୁମାର, ରାଜକିଶୋର ପାତ୍ର, କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସମେତ ବରିଷ୍ଠ ରୋଟାରୀୟାନ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଅଜୟ ଅଗ୍ରବାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଲେ ଯେ ବିଶ୍ୱର ସର୍ବବୃହତ ସ୍ୱେଚ୍ଚାସେବୀ ସଂଘଟନ ଭାବେ ରୋଟାରୀର କାର୍ଯ୍ୟ ପ୍ରଶଂସନୀୟ ରେଟାରୀୟାନମାନେ ସେବା ମନବୃତ୍ତି ନେଇ କାର୍ଯ୍ୟକରିବାକୁ ପରାମର୍ଶ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top