ad
ଓଡ଼ିଶା

ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ସମ୍ପର୍କରେ ଜିଲ୍ଲା ପ୍ରଶାସନ ସୂଚନା ଆଇନ୍ ରେ ତଥ୍ୟ ଦେଉନାହାନ୍ତି

ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) : ରାଜ୍ୟରେ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଅସଲି କି ନକଲିକୁ ନେଇ ବିତର୍କ ଚାଲିଥିଲା ବେଳେ, ଜିଲ୍ଲା ପ୍ରଶାସନ କୌଣସି ସଠିକ୍ ତଥ୍ୟ ନ ଦେଇ ନୀରବ ରହୁଥିବାରୁ ସର୍ବସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ପୁରୀ ଜିଲ୍ଲାପାଳ ରତ୍ନଭଣ୍ଡାର ନକଲି ଚାବି ପାଇଲେ ବୋଲି ଦେଇଥିବା ମନ୍ତବ୍ୟ ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଏବଂ ଜନମାନସକୁ ଠକିବ ପାଇଁ ଉଦ୍ଦେଶ୍ୟ ବୋଲି ସୂଚନା ଅଧିକାର ଆଇନ ବଳରେ ଜଣାପଡ଼ିଛି। ସର୍ବସାଧାରଣରେ ସନ୍ଦେହ ଘନିଭୂତ ହେଉଥିବାରୁ, ଅସଲି ବା ନକଲି ଚାବିର ସତ୍ୟତା ଜାଣିବା ପାଇଁ ଗତ ତା ୧୮-୦୬-୨୦୧୮ରିଖରେ ସୂଚନାଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ ସୂଚନା ଅଧିକାର ଆଇନ୍ ବଳରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ରତ୍ନଭଣ୍ଡାର ଚାବି ସମ୍ପର୍କରେ ତଥ୍ୟ ମାଗିଥିଲେ। ରତ୍ନଭଣ୍ଡାର ଚାବି କେଉଁଠାରେ ରଖାଯାଏ ଏବଂ କେଉଁ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ଚାବି ରୁହେ, ରତ୍ନଭଣ୍ଡାର ଚାବି ରଖିବା ଏବଂ ଏହାର ବ୍ୟବହାର ପାଇଁ ସରକାରୀ ନିୟମ କ’ଣ ରହିଛି, ରତ୍ନଭଣ୍ଡାର ଚାବି ହଜିଛି ବୋଲି ସରକାର କେବେ ଏବଂ କିପରି ଜାଣିଲେ, ନକଲି ଚାବି କିଏ ଏବଂ କେବେ ପାଇଲେ, ଏହାର ତଥ୍ୟ ଦେବା ସହ ଉକ୍ତ ଚାବି ସମ୍ପର୍କରେ ସତ୍ୟାସତ୍ୟ ଜାଣିବାପାଇଁ ଏହାର ଇନସ୍ପେକ୍ସନ୍ ପାଇଁ ଶ୍ରୀ ପ୍ରଧାନ ଜନସୂଚନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏକମାସ ବିତିଯାଇଥିଲେ ମଧ୍ୟ ସୂଚନା ଅଧିକାରୀ କୌଣସି ତଥ୍ୟ ପ୍ରଦାନ ନ କରି ନୀରବ ରହିଛନ୍ତି। ସୂଚନା ଅଧିକାର ଆଇନର ଧାରା ୭(୧) ଅନୁଯାୟୀ, ଆବେଦନର ୩୦ ଦିନ ମଧ୍ୟରେ ସୂଚନା ପ୍ରଦାନ ନ କଲେ, ଜନସୂଚନା ଅଧିକାରୀ ଦରଖାସ୍ତଟିକୁ ଖାରଜ କଲେ ବୋଲି ଧରାଯିବ। ତେଣୁ ଉକ୍ତ ତଥ୍ୟ ହାସଲ ପାଇଁ ଶ୍ରୀ ପ୍ରଧାନ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରିବା ସହ ଉକ୍ତ ସମସ୍ତ ତଥ୍ୟ ସର୍ବସାଧାରଣରେ ପ୍ରକାଶ ପାଇଁ ଜନ ସୂଚନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top