ଜଗତୀକରଣ ଓ ମୁକ୍ତ ବଜାର ଅର୍ଥନିତିରେ ଅସହଗଠିତ ଶ୍ରମିକ ମାନଙ୍କୁ ସଂଗଠିତ କରିବା ଓ ଶ୍ରମିକ ୟୁନିୟନ ମାନଙ୍କର ଏକତା ଏକମାତ୍ର ପନ୍ଥା – ରାମଚନ୍ଦ୍ର ଖୁଂଟିଆ

ନୂଆ ଦିଲ୍ଲୀ ୪-୭ (ଓଡ଼ିଆ ପୁଅ) ମୁକ୍ତ ବଜାର ଅର୍ଥନିତୀ, ଜଗତୀକରଣ, ବହୁ ଜାତୀୟ କମ୍ପାନୀ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ୱଲବ୍ୟାଙ୍କ, ଆର୍ନ୍ତଜାତିକ ଅର୍ଥନୈତିକ ସଂଗଠନ, ଏସିଆ ଉନ୍ନୟନ ବ୍ୟାଙ୍କ ମାନଙ୍କର ବିଭିନ୍ନ ଦେଶକୁ ଋଣ ଦେବା ପାଇଁ କଠିନ ସର୍ତାବଳୀ ଓ ଜାତୀୟ ସରକାର ଓ ରାଜ୍ୟ ସରକାରଙ୍କମାନେ ପୁଞ୍ଜିବିନିଯୋଗ, ସିଧାସଳଖ ବିଦେଶୀପୁଞ୍ଜି ବିନିଯୋଗ ପାଇଁ ସେମାନଙ୍କ ସର୍ତାବଳୀରେ ରାଜିନାମା ସ୍ୱାକ୍ଷର କରି ଜାତୀୟ ଶ୍ରମ ଆଇନଗୁଡିକୁ ଶ୍ରମିକ କର୍ମଚାରୀଙ୍କ ବିନା ସମ୍ମତିରେ ଶିଳ୍ପର ସ୍ୱାର୍ଥପାଇଁ ବଦଳାଇଥିବାରୁ ଶ୍ରମିକ କର୍ମଚାରୀ ମାନଙ୍କର ଟ୍ରେଡୟୁନିୟନ ଓ ମାନବିକ ଅଧିକାର ପାଇଁ ବିପଦ ସୃଷ୍ଟି ହୋଇଛି ରାଜନୈତିକ ବିଭେଦ, ଟ୍ରେଡୟୁନି୍ରନ ଗୁଡିକରେ ଥିବା ମତଭେଦ ନେତୃତ୍ୱର କଳହ ଓ ଅଧିକ ଶ୍ରମିକ ଅସଂଗଠିତ ଥିବାରୁ ନିଜ ନିଜ ଅଂଚଳରେ ୟନିୟନଗୁଡିକ ଏହି ସମସ୍ୟାର ସମ୍ମୁଖିନ ହେବା ସମ୍ଭବ ନୁହେଁ। ଏଣୁ ସମସ୍ତ ଶ୍ରମିକ ସଂଗଠନ ଗୁଡିକ ମଧ୍ୟରେ ସଂପର୍କ, ସହଯୋଗ ଓ ମିଳିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଅର୍ଥ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ ଗତ ତା ୨୮/୦୬୯/୨୦୧୮ ରୁ ତା. ୦୨/୦୭/୨୦୧୮ ରିଖ ପର୍ଯ୍ୟନ୍ତ ଚାଇନାର ବେଜିଙ୍ଗଠାରେ ଅନୁଷ୍ଠିତ ଓ ଆନ୍ତର୍ଜାତିକ ଶ୍ରମିକ ସଂଗଠନ ଆଇ.ଏଲ.ଓ ଦ୍ୱାରା ଆୟୋଜିତରେ ଭାଗନେଇ କହିଛନ୍ତି। ଏସିଆ ମହାଦେଶରେ ଜାତୀୟ ସ୍ତରରେ ଅଧିକ ଶ୍ରମିକ ସଂଗଠନ, ଆଦର୍ଶଗତ ମତଭେଦ ନେତୃତ୍ୱ ପାଇଁ କହେ ଓ ଅଧିକ ସଂଖ୍ୟାରେ ଶ୍ରମିକ ଅସଂଗଠିତ ଥିବାରୁ ଟ୍ରେଡ୍ ୟୁନିଅନ ଆନ୍ଦୋଳନ ଦୁର୍ବଳ ହେଉଛି। ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ କାମକରୁଥିବା ସମସ୍ତ ଶ୍ରମିକ ସଂଗଠନ ମଧ୍ୟରେ ସଂପର୍କକୁ ସୁଦୃଢ଼ କରିବା ଓ ଜାତୀୟ ତଥା ଆଂଚଳିକ ୟୁନିଅନ ମଧ୍ୟରେ ସହଯୋଗକୁ ବଢ଼ାଇବା ତଥା ପ୍ରବାସୀ ଶ୍ରମିକ, ସ୍ୱାସ୍ଥ୍ୟ, ଚିକିତ୍ସା, ସାମାଜିକ ସୁରକ୍ଷା ବହୁ ରାଷ୍ଟ୍ରୀୟ କଂପାନୀଗୁଡିକର ମନମୁଖୀ କାର୍ଯ୍ୟର ବିରୋଧ କରି ଆନ୍ତର୍ଜାତିକ ଶ୍ରମିକ ସଂଗଠନ କୋର ଲେବର ଷ୍ଟାଣ୍ଡାର୍ଡଗୁଡିକୁ ଜାତୀୟ ସ୍ତରରେ ଅନୁମୋଦନ ପାଇଁ ମିଳିତ କାର୍ଯ୍ୟକ୍ରମ ପାଇଁ ଏହି ସମ୍ମିଳନୀରେ ସ୍ଥିର କରାଯାଇଛି।

ଭାରତର ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ହିନ୍ଦ ମଜଦୁର ସଭାର ଶ୍ରୀ ଯୋସେଫ ଜୁ, ଭାରତୀୟ ମଜଦୁର ସଂଘର ଉପସଭାପତି ଶ୍ରୀ କେ. ପାଣ୍ଡିୟାନ, ଶ୍ରୀମତୀ କ୍ରିଷ୍ଟିନାଥନ ଏହି ଆଲୋଚନାରେ ଭାରତ ତରଫରୁ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *