ଜଗତସିଂହପୁରରେ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ଜୟକିଶାନ ସମାବେଶ

ଜଗତସିଂହପୁର, ୨୩/୧୧(ଓଡିଆ ପୁଅ/ଅର୍ଚ୍ଚନା ଦ୍ୱିବେଦୀ):ଜଗତସିଂହପୁର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ନବକୃଷ୍ଣ ଚୌଧୁରୀଙ୍କର ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଓ ଜୟକିଶାନ ସମାବେଶ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ଯୋଗଦେଇ ରାଷ୍ଟ୍ରୀୟ ଦୁର୍ନୀତି ବିରୋଧୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଯୋଗଦେଇ କହିଲେ କୃଷକଙ୍କ ସ୍ୱାଧିନତା ପାଇଁ ସାରା ଦେଶରେ ଆନ୍ଦୋଳନ କରାଯିବ। କୃଷକଙ୍କୁ ସେମାନଙ୍କ ଉତ୍ପାଦନର ଖର୍ଚ୍ଚର ଦେଢ଼ ଗୁଣା ମୂଲ୍ୟ ପ୍ରଦାନ କରିବା ସହିତ୬୦ବର୍ଷ ପରେ ପେନସନ୍ ପ୍ରଦାନ କରାଯିବା ଦରକାର ବୋଲି କହିଥିଲେ। ସେହିପରି ନବକୃଷ୍ଣ ଚୌଧୁରୀ ଜୟନ୍ତୀ ଅବସରରେ ନିଶାପାନରୁ ସମସ୍ତଙ୍କୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ସମାବେଶରେ ଯୋଗଦେଇ ନବନିର୍ମାଣ ସଂଗଠନର ମୁଖ୍ୟ ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ଚାଷୀମାନଙ୍କୁ ଏକାଠି ହୋଇ ଗଣିତର ହିସାବ ବୁଝୁଥିବା ରାଜନେତାଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ହେବାକୁ ପଡିବ ବୋଲି କହିଥିଲେ। ଏହି ସମାବେଶରେ ସଂଗଠନର ରଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏବଂ ଉପଦେଷ୍ଟା ରବି ଦାସ ଯୋଗଦେଇ ଚାଷୀମାନଙ୍କୁ ଉଦବୋଧନ ଦେଇଥିଲେ। ଏହି ଅବସରରେ ଆଜି ସକାଳୁ ଭୁବନେଶ୍ୱରରୁ ଏକ ବିରାଟ ଶୋଭାଯାତ୍ରାରେ ସମାଜସେବୀ ଆନ୍ନା ହଜାରେ ଓ ଶ୍ରୀ ପଟ୍ଟନାୟକ ଜଗତସିଂହପୁର ଜିଳ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ତ ପଡିଆରେ ପହଂଚିଥିଲେ। ଏହି ସମାବେଶରେ ୧୫ହଜାରରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *