ଓଡ଼ିଶା

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଚୂଡାନ୍ତ ନିଷ୍ପତି ପରେ ବଦଳିବ ମହୋଦଧି ଆରତୀ ଠିକଣା

ପୁରୀ, ୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମୀ ପରିବର୍ତ୍ତେ ଲାଇଟ୍ ହାଉସ ନିକଟରେ ମହୋଦଧି ଆଳତୀ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଧବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଗୋବର୍ଦ୍ଧନ ପୀଠକୁ ପ୍ରସ୍ତାବ ଦିଆଯାଇଛି। ତେବେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତି ଚୂଡାନ୍ତ ବୋଲି ଜିଲ୍ଳାପାଳ ଶ୍ରୀ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି। ତୀର୍ଥ ରାଜ ମହୋଦଧୀ ଆରତୀରେ ସହୋଯୋଗର ହାତ ବଢାଇଛି ଜଲ୍ଲା ପ୍ରଶାସନ। ଶ୍ରୀମନ୍ଦିର ପ୍ରଶାଦସନ ଓ ଜିଲ୍ଲା ପରିଷଦ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ପ୍ରସ୍ତାବ ଦିଆଯାଇଛି। ବେଳା ଭୂମୀରେ ୭ ଟି ଅସ୍ଥାୟୀ ମଣ୍ଡପ କରାଯିବା ସହ ପ୍ରତେହ ୭ ଜଣ ବ୍ରାହ୍ମଣଙ୍କ ସହ ମହୋଦଧୀରେ ଆଳତୀ କାରାଯିବ। ବେଳାଭୂମୀରେ ଆଧ୍ୟାତ୍ମିକ ଜାଗରଣ ପାଇଁ ଡାକବାଜି ଯନ୍ତ୍ର ପାଇଁ ହିନ୍ଦୀ ଓ ଓଡିଆରେ ଆଳତୀ ଭଜନପ ପରିବେଷଣ କରାଯିବ। ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମୀରେ ଏଥିପାଇଁ ପର୍ଯ୍ୟାପ୍ତ ପରିମାଣର ଖୋଲାସ୍ଥାନ ନଥବା ସମେତ୍ ପ୍ରବଳ ଜନଗହଳି ଯୋଗୁଁ ଆଳତୀ ସ୍ଥାନ ପରିବର୍ତ୍ତନ ପାଇଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ପରାମର୍ଶ ଦେଇଛନ୍ତି। ଲାଇଟ୍ ହାଉସ ସମ୍ମୁଖ ବେଳାଭୂମୀରେ ୧୦୦୦ଲୋକ ବସି ଆଳତୀ ଦେଖିବା ପାଇଁ ବ୍ୟବସ୍ଥା କରାଯିବାକୁ ପ୍ରସ୍ଥାବ ଦେଇଛନ୍ତି। ଆଗାମୀ ୨୦ ରୁ ୩୦ ବର୍ଷ ବହିକୁ ଦୃଷ୍ଟିରେ ରକ୍ଷି ସୁରକ୍ଷିତ ସ୍ଥାନ ନିରୁପଣ କରିବାକୁ ମତ ଦେଇଛନ୍ତି। ଏ ସମପର୍କରେ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା ପାଇଁ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଶ୍ରୀକାନ୍ତ ତରାଇ, ଜନସ୍ୱାସ୍ଥ ନିର୍ବାହୀ ଯନ୍ତ୍ରୀ ଶରତ କୁମାର ମିଶ୍ର ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଚୈାଧୁରୀ ଅରବିନ୍ଦ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top