ଛେଳି ମେଣ୍ଢା ଚୋରିକୁ ନେଇ ହତ୍ୟାକାଣ୍ଡ

ସୋରଡ଼ା ୪-୯ (ଓଡ଼ିଆ ପୁଅ/ଲଡ଼ୁ କିଶୋର ଦାଶ) ସୋରଡ଼ା ଥାନା ଅନ୍ତର୍ଗତ ଗୁଣ୍ଡୁରିବାଡ଼ି ନିକଟସ୍ଥ ଡିହପଦରଠାରେ ଏକ ହତ୍ୟାକାଣ୍ଡ ଘଟିଛି। ଡିହପଦର ଗ୍ରାମର ଗଙ୍ଗା ସେଠୀ ଓ କାନ୍ଦରା ମଲ୍ଲିକ ମିଳିତ ଭାବେ ଗୁହାଳରୁ ଛେଳି ମେଣ୍ଢା ଚୋରି କରି ନେଉଥିଲେ। ଏହି ଘଟଣାକୁ ନେଇ ଗତ ଶୁକ୍ରବାର ଗ୍ରାମରେ ଏକ ବୈଠକ ବସିଥିଲା। ତେବେ ବୈଠକରେ କୌଣସି ସମାଧାନ ହୋଇପାରିନଥିଲା। କିନ୍ତୁ ଗଙ୍ଗା ସେଠୀ ଗ୍ରାମର ବାଞ୍ଛାନିଧି ଗୌଡ଼କୁ ହତ୍ୟା ଧମକ ଦେଇଥିଲା। ଗତ ମଧ୍ୟରାତ୍ରିରେ ବାଞ୍ଛାନିଧି ଗୁହାଳରେ ଶୋଇଥିବାବେଳେ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାର ଗୋଡ଼କୁ ହାଣି ଦେଇଥିଲା। ନିକଟରେ ଥିବା ଅନ୍ୟ କୁଆଁରୀର ଲୋକ ଆସି ବାଞ୍ଛାନିଧିଙ୍କୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଆସିକା ଏସଡିପିଓ ସୁବାସ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *