ଛେଳି ପାଳନ ପ୍ରଶିକ୍ଷଣ ଶିବିର ଉଦଘାଟିତ

ପାରଳାଖେମୁଣ୍ଡି,୬ା୨(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମିଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ଠାରେ ଛେଳି ପାଳନ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଛି । ଏହି ଶିବିରକୁ ଗଜପତି ଲିଡ ବ୍ୟାଙ୍କ ପରିଚାଳକ ଦାମୋଦର ଉଗୃସୁଣ୍ଡି ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ନାବାର୍ଡର ଡିଡିଏମ ଏସ ପାଲ ଉପସ୍ଥିତ ଥିଲେ । ସମସ୍ତ ତାଲିମ ହାସଲକାରୀମାନଙ୍କୁ କଠିନ ପରିଶ୍ରମ ଦ୍ୱାରା ସ୍ୱାବଲମ୍ବୀ ହୋଇ ସ୍ୱାଧିନ ଭାବେ ଜୀବନ ଯାପନ କରିହେବ ବୋଲି କୁହାଯାଇଛି । ଜିଲାର ବିଭିନ୍ନ ପ୍ରାନ୍ତରୁ ହିତାଧିକାରୀମାନେ ଏଥିରେ ଯୋଗ ଦେଇଥିବା ବେଳେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୦ଦିନ ଧରି ଚାଲିବ । ଏ ସମସ୍ତ କାର୍ଯ୍ୟକ୍ରମକୁ କେନ୍ଦ୍ର ସଂଯୋଜକ ଦିଲିପ କୁମାର ତନ୍ତି ପରିଚାଳନା କରୁଥିବା ବେଳେ ଶେଷରେ ନିଦେ୍ର୍ଦଶକ ଚିନ୍ତାମଣି ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *