ଛେଳି ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ରବ୍ୟାଙ୍କ ଗ୍ରାମିଣ ଆତ୍ମନିଯୁକ୍ତି ତାଲିମ କେନ୍ଦ୍ରଠାରେ ଏକ ଛେଳି ପାଳନ ତାଲିମ କାର୍ଯକ୍ରମ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମକୁ ଜିଲା ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରବିନ୍ଦ୍ର କୁମାର ପ୍ରଧାନ ଉଦ୍ଘାଟନ କରିଥିଲେ। ସମସ୍ତ ତାଲିମ ହାସଲକାରୀମାନଙ୍କୁ କଠିନ ପରିଶ୍ରମଦ୍ୱାରା ମନୁଷ୍ୟ ଆତ୍ମ ନିର୍ଭରଶୀଳ ହୋଇ ସ୍ୱାଧୀନ ଭାବେ ଜୀବନ ଅତିବାହିତ କରିପାରିବ ବୋଲି କୁହାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମ ୧୦ଦିନ ଧରି ହେବାକୁ ଥିବା ବେଳେ ଏଥିରେ ଜିଲାର ବିଭିନ୍ନ ପ୍ରାନ୍ତରୁ ୨୫ଜଣ କୃଷକ ଯୋଗ ଦେଇଛନ୍ତି। ଏହି ସମସ୍ତ କାର୍ଯ୍ୟକ୍ରମକୁ ତାଲିମ କେନ୍ଦ୍ରର ସଂଯୋଜକ ଦିଲିପ କୁମାର ତନ୍ତି ପରିଚାଳନା କରୁଥିବା ବେଳେ କାର୍ଯ୍ୟକ୍ରମ ଶେଷରେ କେନ୍ଦ୍ରର ନିର୍ଦ୍ଦେଶକ ଚିନ୍ତାମଣି ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *