ଛୁରା ମାଡ ଘଟଣାରେ ୨ ଅଭିଯୁକଙ୍କୁ କୋର୍ଟ ଚାଲାଣ, ମୁଖ୍ୟ ଅଭିଯୁକ୍ତ ଫେରାର

ଯୋଡା- ତା ୦୫/୪ : (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଆଜି ଯୋଡା ପୁଲିସ ଏକ ଛୁରା ମାଡ ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଯୋଡା ପୌରପାଳିକା ଅନ୍ତର୍ଗତ ସହିଦ ନଗର, (ୱାର୍ଡ ନଂ -୭) ର ଛୋଟୁ ଥାପ୍ପା ଓ ବିନୋଦ ବିନ୍ଧାଣୀ । ଅନ୍ୟ ଜଣେ ଅଭିଯୁକ୍ତ କନ୍ଦା ନାଗ ଫେରାର ଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ୩ ତାରିଖ ବିଳମ୍ବିତ ରାତ୍ରୀରେ ଏହି ୩ ଜଣ ଅସାମାଜିକ ଯୁବକ ୫ନଂ ୱାର୍ଡ ଆଜାଦନଗର ଠାରେ କୌଣସି ଏକ ବଡଧରଣର ଅସାମାଜିକ କାଣ୍ଡ ଘଟାଇବାକୁ ବୁଲୁଥିବା ସମୟରେ ସେହି ବସ୍ତିର ସମସାଦ ଆଲାମ ନାମକ ଅନ୍ୟ ଜଣେ ଯୁବକ ସେମାନଙ୍କୁ ବସ୍ତି ମଧ୍ୟରେ ବିଶୃଙ୍ଖଳା ନକରି ଚାଲିଯିବାକୁ କହିଥିଲେ ଏଥିରେ ଉତ୍ୟକ୍ତ ହୋଇ କନ୍ଦା ନାଗ ଏକ ଧାରୁଆ ଛୁରୀରେ ଆଲାମଙ୍କ ପଛପଟୁ ବାରମ୍ବାର ଛୁରାମାଡ କରି ଘଟଣା ସ୍ଥଳରେ ଏକ ମୋଟରସାଇକେଲ ଯୋଗେ ଏହି ୩ ଜଣ ଫେରାର ହୋଇଯାଇଥିଲା । ତେବେ ପୁଲିସ ଗତକାଲି ରାତି ପ୍ରାୟ ୧୦ ଘଟିକା ସମୟରେ ସେମାନଙ୍କ ଘର ଉପରେ ଚଢୋଉ କରି ଛୋଟୁ ଥାପ୍ପା ଓ ବିନୋଦ ବିନ୍ଧାଣୀଙ୍କୁ ଗିରଫ କରିଥିଲା । ତେବେ କୌଶଳ କ୍ରମେ କନ୍ଦା ନାଗ ସେଠାରୁ ଖସି ପଳାଇବାରୁ ସକ୍ଷମ ହୋଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ବଦଳରେ ତା ସହିତ ଥିବା ଅନ୍ୟ ୨ ଜଣଙ୍କୁ ଗିରଫ କରାଯିବା ନେଇ ସେମାନଙ୍କ ପରିବାର ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *