ଛାତ୍ର ସଂସଦ ନିର୍ବାଚନ .ରାଜସୁନାଖଳା କଲେଜର ରାଜନୈତିକ ଉଷ୍ମତା

ନୟାଗଡ଼ .ରାଜସୁନାଖଳା ୧୩/୯ (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା) ଛାତ୍ର ସଂସଦ ନିର୍ବାଚନକୁ ନେଇ  ନୟାଗଡ଼ ଜିଲ୍ଲା ରଣପୁୁର ବ୍ଳକ ଅନ୍ତର୍ଗ୍ଗତ ରାଜସୁନାଖଳା କଲେଜରେ ରାଜନୈତିକ ଉଷ୍ମ୍ମତା ଧିରେଧିିରେ ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ବିଭିନ୍ନ ଛାତ୍ରଗୋଷ୍ଠୀ ପକ୍ଷ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ମନେନଇବାକୁ ବିଭିନ୍ନ୍ନ ରଣ କୌଶଳ ଆରମ୍ଭ୍ଭ ହୋଇଯାଇଛି । ନିର୍ବାଚନକୁ ଆଉ ୯ଦିନ ବାକି ଥିବା ବେଳେ ଏବେ କଲେଜ କ୍ୟାମ୍ପସରେ ଆଶାୟୀଙ୍କ ପକ୍ଷରୁ ମନ୍ତ୍ରଣା ଓ ବିଚାର ବିମର୍ଷ ଚାଲିଥିବା ପରିଲିଖିତ ହୋଇଛି । ଚଳିତ ବର୍ଷ ଲିଙ୍ଗଡେ କମିଶନଙ୍କ ନିୟମାବଳୀ ଆଧାରରେ ଯୁକ୍ତ ୨ କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଫଳରେ କେବଳ ଯୁକ୍ତ ୩ ସ୍ତରରେ ଛାତ୍ରଛାତ୍ରୀ ନିର୍ବାଚନରେ ଭାଗ ନେଇ ପାରିବେ । ଆଗାମୀ ୧୬ ତାରିଖ ଦିନ ନାମାଙ୍କନ ପତ୍ର ଦାଖଲ କରାଯିବ ଓ ୧୮ ତାରିଖ ଦିନ ପାର୍ଥୀ ତାଲିକା ପ୍ରକାଶ ପାଇବ । । ଏବଂ ୨୨ ତାରିଖରେ ଷ ହାଁଏ ଆଇ ଷ୍ଟାଣ୍ଡ ଫର ଅନୁଷ୍ଠିତ ହେବ । ୨୩ ତାରିଖ ସକାଳ ୮ଟା ରୁ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ୨ଟାରୁ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବାର ସ୍ଥିର କରାଯାଇଛି । ଯୁକ୍ତ ୩ ଦ୍ୱିତିୟ ବର୍ଷର (ବିଜ୍ଞାନ) ଡିହ ଖଉରୁଣୀ ଗ୍ରାମର ଆକାଶ କୁମାର ନାୟକ ସଭାପତି ପ୍ରାର୍ଥୀ ରୂପେ ଲଢେଇ କରିବେ ବୋଲି ଆଲୋଚନା ଚାଲିଛି ଓ ବିପୁଳ ସମର୍ଥନ ଥିବା ଶୁଣିବାକୁ ମିଳୁଛି। ଅନ୍ୟ ପକ୍ଷରେ ଅନ୍ୟ ଏକ ଗୋଷ୍ଟି  ସଭାପତି ପ୍ରାଥୀ  ଘୋଷଣା  କରିବାରେ ଲାଗିଥିଲେ  ମଧ୍ୟ ଗୋଷ୍ଟି କନ୍ଦଳ ଯୋଗୁ ତାହା ସମ୍ଭବ ହେଉପାରୁନାହିଁ ତଥାପି  କିଛି ଗୋଷ୍ଟି ସମର୍ଥକ ଅନ୍ୟ ପ୍ରାଥୀ ଙ୍କୁ ଧରି ଛାତ୍ରଛାତ୍ରୀଙ୍କୁ ମନେଇବାକୁ  ଆରମ୍ଭ କରିଥିବା ଦେଖିବାକୁ ମିଳୁଛି |ସେଥିପାଇଁ ଏହି ଦୁଇ ଗୋଷ୍ଠୀର ସମର୍ଥକ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଭେଟି ପ୍ରଚାର ଆରମ୍ଭ କରିଦେଇଛନ୍ତି । ଏସବୁ ସତ୍ୱେ ଚଳିତ ବର୍ଷ ନିଦ୍ୱନ୍ଦରେ ନିର୍ବାଚନପାଇଁ ଏକ ଗୋଷ୍ଠୀ ପକ୍ଷରୁ ଉଦ୍ୟମ ଆରମ୍ଭ  ହେଉଥିବାବେଳେ  ଅନ୍ୟ ଏକ ଗୋଷ୍ଟି ବିପୁଳ   ସଂଖ୍ୟାରେ ନିର୍ବାଚିତ ହେବେ ବୋଲି ଆଲୋଚନା ଚାଲିଛି । ମାତ୍ର ତାହା କେତେ ଫଳବତୀ ହେବ ସେ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉସଛୁକତା  ବୃଦ୍ଧି  ପାଇବାରେ  ଲାଗିଛି |।

2 thoughts on “ଛାତ୍ର ସଂସଦ ନିର୍ବାଚନ .ରାଜସୁନାଖଳା କଲେଜର ରାଜନୈତିକ ଉଷ୍ମତା

Leave a Reply

Your email address will not be published. Required fields are marked *