ଛାତ୍ର ସଂସଦ ନିର୍ବାଚନରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ବାଜିମାତ୍

ପୁରୀ,୨୩/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ର ସାଂସଦ ନିର୍ବାଚନର ଆଜି ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ସକାଳ ୮ଟା ଠାରୁୂ ଦିନ ୨ଟା ପର୍ଯ୍ୟନ୍ତ କଲେଜରେ ଭୋଟ ଗ୍ରହଣ କରାଯାଇଥିଲା। ଭୋଟ ଗ୍ରହଣ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଳେଜ ବାହାରେ ପୁଲିସ ମୃତୟନ କରାଯାଇଥିଲା। ସାମନ୍ତଚନ୍ଦ୍ରଶେଖର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦର ସଭାପତି ଭାବେ ରବି ନାରାୟଣ ନାୟକ ନିର୍ବାଚିତ ହୋଇଥିବା ବେଳେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସଂସଦର ସଭାପତି ଭାବେ ଜ୍ୟୋସ୍ନାରାଣୀ ପଲାଇ ନିର୍ବାଚିତ ହୋଇଛନ୍ତି। ଅପରାହ୍ନ ୫ଟା ସମୟରେ ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ନିର୍ବାଚିତ ପ୍ରତିନିଧିମାନେ ଆନନ୍ଦରେ କୁରୁଳି ଉଠିଥିଲେ। କଲେଜ ପରିସରେ ସମର୍ଥକମାନେ ନିର୍ବାଚିତ ପ୍ରତିନିଧିଙ୍କୁ ସ୍ୱାଗତ ଜଣାଇଥିବା ବେଳେ ହୋ ହଲାରେ କଲେଜ ପରିସର କମ୍ପି ଉଠିଥିଲା। ଅନେକ ମଧ୍ୟ ଖୁସିରେ ସହପାଠୀମାନଙ୍କୁ ମିଠା ବାଣ୍ଟୁଥିବା ବେଳେ କଲେଜ ଫାଟକରେ କେତେକ ଛାତ୍ରୀ ବାଜା ବଜାଇ ନୃତ୍ୟ କରୁଥିବା ଦେଖା ଯାଇଥିଲା। ଆସନ୍ତା ସୋମବାର ଦିନ ନୂତନ କର୍ମକର୍ତ୍ତମାନେ ଶପଥ ଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *