ଓଡ଼ିଶା

ଛାତ୍ର ବିଜେଡିର ଗୁଣ୍ଡାରାଜ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଗିରଫ କରାଯାଉ

ଭୁବନେଶ୍ୱର ୧୬ ମଇ (ଓଡ଼ିଆ ପୁଅ) – ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡିର ନେତାମାନଙ୍କ ଦ୍ୱାରା ଗତକାଲି ହୋଇଥିବା ହିଂସାକାଣ୍ଡ ଶାସକ ଦଳର ମୁଖିଆଙ୍କ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତିକୁ ପଦାରେ ପକାଇଦେଇଛି। ମୁଖ୍ୟମନ୍ତ୍ରୀ ସ୍ୱୟଂ ଗୃହ ବିଭାଗ ଦାୟିତ୍ୱ ତୁଲାଉଥିବା ବେଳେ ନିଜ ଦଳର ପଦସ୍ଥ କର୍ମକର୍ତ୍ତାମାନେ ଆଇନ୍କୁ ଭ୍ରୂକ୍ଷେପ ନକରି ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସ୍ ଭିତରେ ପରସ୍ପର ମାଡପିଟ ଓ ହିଂସାର ଆଶ୍ରୟ ନେଇ ଯେଭଳି କାଣ୍ଡ ଘଟାଇଛନ୍ତି ସେଥିରେ ଛାତ୍ର ସମାଜ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏପରିକି ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ମଧ୍ୟ ହାତରେ ଲାଠି, ଠେଙ୍ଗା ଇତ୍ୟାଦି ମାରଣାସ୍ତ୍ର ଧରି ଜନସାଧାରଣରେ କୋକୁଆ ଭୟ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜକୁ ସ୍ୱଚ୍ଛ ଓ ନିଜ ଦଳକୁ ଶାନ୍ତିପ୍ରିୟ ଦଳ କହୁଥିବା ବେଳେ ବାଣୀବିହାର ଘଟଣା ତାଙ୍କର ଅସଲ ମୁଖା ଖୋଲି ଦେଇଛି। ଆଗକୁ ମହାବିଦ୍ୟାଳୟ ଏବଂ ବିଶ୍ୱ ବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ ଥିବାରୁ ଉକ୍ତ ଘଟଣା ଛାତ୍ରମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି। ଛାତ୍ର କଂଗ୍ରେସ ଗଣତାନ୍ତ୍ରିକ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କଲେ ସେମାନଙ୍କ ଉପରେ ବିଜେଡି ସରକାର ସଂଗୀନ ଦଫା ଲଗାଉଥିବା ବେଳେ ବାଣୀବିହାର ଘଟଣାରେ ମୁଖ୍ୟମନ୍ତ୍ରୀ ଉଦାସୀନ ରହିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଛି। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଭୁବନେଶ୍ୱର ଜିଲ୍ଲା ଛାତ୍ର ବିଜେଡି ସଭାପତି ଓ ଭୁବନେଶ୍ୱର ଜୋନ୍ ଛାତ୍ର ବିଜେଡି ସଭାପତିଙ୍କ ସମେତ ଅନ୍ୟ ଜଣେ ଛାତ୍ର ନେତା ଗିରଫ ହୋଇଥିଲେ ମଧ୍ୟ ସଂପୃକ୍ତ ଥିବା ଅନ୍ୟ ଛାତ୍ର ବିଜେଡି ନେତା ଗିରଫ ହୋଇ ନାହାନ୍ତି। ଖୁଲମଖୁଲା ଦାଦାବଟି ମାଗିବା, ମାଡପିଟ ଓ କୋକୁଆ ଭୟ ସୃଷ୍ଟି କରୁଥିବା ଛାତ୍ରନେତାମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ଘଣ୍ଟ ଘୋଡାଉଛନ୍ତି ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଇତିଶ୍ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି। ଦାଖଲ ହୋଇଥିବା ଉଭୟ ପକ୍ଷର ଏତଲାକୁ ବିଚାର କରି ତୁରନ୍ତ ସଂପୃକ୍ତ ଅନ୍ୟ ପ୍ରଭାବଶାଳୀ ଛାତ୍ର ବିଜେଡି ନେତାମାନଙ୍କୁ ଗିରଫ କରିବା ସହ ଏହି ଘଟଣା ପଛରେ ପ୍ରଚ୍ଛନ୍ନ ହାତ ଥିବା ଦଳୀୟ ବିଜେଡି ନେତାମାନଙ୍କୁ ମଧ୍ୟ ଗିରଫ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସର ଆଦିତ୍ୟ ପ୍ରୀତମ୍ ଦାସ, ସମ୍ବିତ୍ ମଙ୍ଗରାଜ, ରମାକାନ୍ତ ସାହୁ, ଦୁର୍ଗାମାଧବ ମହଲା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top