ଜିଲ୍ଲା ପରିକ୍ରମା

ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀଙ୍କୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ

ମାଲକାନଗିରି, ୮ା୧ (ଓଡିଆ ପୁଅ) ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ବନବିଭାଗ କର୍ମଚାରୀମାନଙ୍କୁ ନେଇ ମାଲକାନଗିରି ଜିଲ୍ଲାବନ ବିଭାଗ ପକ୍ଷରୁ ଜଙ୍ଗଲ ଆଇନ, ପରିବେଶ ସମ୍ବନ୍ଧୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି।ସ୍ଥାନୀୟ ସତୀଗୁଡା ସବୁଜଉଦ୍ୟାନ ପରିସରରେ ଡିଏଫଓ ସମ୍ରାଟ ଗୌଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ତାଲିମ ଶିବୀରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଦୌରାଜଜ ମାନସମିଶ୍ର, ସମ୍ମାନିତ ଅତିଥି ଭାବେ ସିଜେଏମ ଅନିଲ କୁମାର ଦତ, ସିନିୟର ସିଭିଲ ଜଜ ଜିବନନାନ୍ଦ ପାଢୀ, ଏସଡିଜେଏମ ଅରୁଣ କୁମାର ପଟ୍ଟନାୟକ, ଜେଏମସି ସନ୍ତୋଷ କୁମାର ପାଣିଗ୍ରାହୀ, ପିପି ଗୁପ୍ତେଶ୍ୱର ମହାପାତ୍ର ଯୋଗଦେଇ ଜଙ୍ଗଲ ସୁରକ୍ଷା ଆଇନ ଓ ପରିବେଶ ସୁରକ୍ଷା ଆଇନ ସଂପର୍କରେ ବିଷଦ ବିବରଣୀ ସହିତ ବିଭିନ୍ନ ଆଇନ କାନୁନ ବିଷୟରେ କହି ସଚେତନତା କରିଥିଲେ। ସହକାରି ବନସଂରକ୍ଷକ ଶ୍ରୀକାନ୍ତ ନାୟକ ସଭା ପରିଚାଳନା କରିଥିଲେ। ଇକୋକ୍ଲବ ସଂପର୍କରେ ଦୁର୍ଯ୍ୟୋଧନ ପାତ୍ର ସୂଚନା ଦେଇଥିଲେ।

ଏହି ତାଲିମ ଶିବୀରରେ ଜିଲ୍ଲାର ମାଲକାନଗିରି, କାଲିମେଳା, ମୋଟୁ, ବାଲିମେଲା, ଚିତ୍ରକୋଣ୍ଡା, ମାଥିଲି ବନାଚଂଳ ଅଧିକାରୀ, ସମସ୍ତ ବନପାଳ ଓ ୨୦୦ରୁ ଉର୍ଦ୍ଦ ବନ ବିଭାଗ କର୍ମଚାରୀ,  ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଜଙ୍ଗଲ ଆଇନ ପରିବେଶ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପରିଥିଲେ। ମାଲକାନଗିରି ବନଖଣ୍ଡରେ ଉଲେକ୍ଷ୍ୟନୀୟ କାର୍ଯ୍ୟପାଇଁ ୪୦ଜଣ ବନକର୍ମଚାରୀ ଓ ପୁବ ର୍ତନ ୬ଜଣ ବନକର୍ମଚାରୀଙ୍କୁ ମାନପତ୍ର ସହ ନଗଦ ଅର୍ଥପୁରସ୍କାର ପ୍ରଦାନ କରାଯାଇଥିଲା।ଶେଷରେ ବନପାଳ ମୃତ୍ୟୁଜଂୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top