ଛାତ୍ର ଅଶାନ୍ତି ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ଘୋଷଣା

କୋରାପୁଟ ; ତା୧୫-୦୩-୧୮(ଓଡିଆପୁଅ/ରଂଜନ କୁମାର ଦାସ) କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବା କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଘୋଷଣା କରିଥିଲେ ।ସୁନାବେଡାସ୍ଥିତ ଛାତ୍ର ଓ ଛାତ୍ରୀ ନିବାସରେ ଘୋଷଣାପତ୍ର ଲଗାଯାଇ ପୂର୍ବାହ୍ନ ୧୦ ଘ. ମଧ୍ୟରେ ହ ଷ୍ଟେଲ ଖାଲି କରିବାକୁ ନିଦେ୍ର୍ଦଶ ଦେବା ପରେ ସମସ୍ତ ଛାତ୍ରଛାତ୍ରୀ ହ ଷ୍ଟେଲ ଖାଲି କରିଦେଇଥିବା ଜଣାପଡିଛି ।ସୁରକ୍ଷା ଦୃଷ୍ଟିରୁ କ୍ୟାମ୍ପସରେ ୧ ପ୍ଲାଟୁନ ପୋଲିସ ମୃତୟନ କରାଯାଇଥିଲା ।ଅଟୋରିକ୍ସାରେ ପିଲାମାନେ ନିଜ ନିଜ ଘରକୁ ଯିବା ପାଇଁ କେତେଜଣ ସୁନାବେଡା ଓ କେତେଜଣ କୋରାପୁଟ ଚାଲିଆସିଥିବା ଦେଖାଯାଇଥିଲା ।ସୂଚନାଯୋଗ୍ୟ ଯେ ୬୦ ଟି ଦାବିକୁ ନେଇ ଗତକାଲି ପିଲାମାନେ ଧାରଣରେ ବସିଥିଲେ । ପରେ ଆଲୋଚନା କରାଯାଇଥିଲା ଓ ଆଲୋଚନା ବିଫଳ ହେବା ପରେ ଆଜି ସକାଳେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ କୁଳପତି ବନ୍ଦ କରିବା ନେଇ ଘୋଷଣା କରିଥିଲେ ।ଘଟଣାସ୍ଥଳରେ କୋରାପୁଟର ଅତିରିକ୍ତ ଏସପି ଉଦ୍ଧବ ନାୟକ , ସୁନାବେଡା ଏସଡିପିଓ ନରହରି ନାୟକ , ସେମିଲିଗୁଡା ତହସିଲଦାର ଅନିଲ କୁମାର ସେଠୀ , ସୁନାବେଡା ଥାନାର ଭାରପ୍ରାପ୍ତ ନିରୀକ୍ଷକ ଯୋଗେଶ୍ୱରୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।
୧୫ ଦିନ ପୂର୍ବେ ଛାତ୍ରୀନିବାସରେ କେତେକ ଛାତ୍ର ଏକତ୍ରିତ ହୋଇ ପାଟିତୁଣ୍ଡ କରିବା ଏକ ଖରାପ ପରମ୍ପରା ସୃଷ୍ଟି କରିଥିଲା ବୋଲି କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିବା ସହ ସେମାନଙ୍କର ୯୦ ପ୍ରତିଶତ ଦାବି ସେ ପୂରଣ କରିଦେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।କେତେକ ଅପରାଧ ମନୋଭାବ ବ୍ୟକ୍ତିମାନଙ୍କର ହାତବାରିଶି ହୋଇ ପିଲାମାନେ ଏଭଳି ପରିସ୍ଥିତି ଉପୁଜାଯାଉଥିବା ବୋଲି ସେ ପ୍ରକାଶ କରିଥିଲେ । ୨ ଦିନ ତଳେ ଓାଟସପରେ ଆନେ୍ଦାଳନ କରିବୁ ବୋଲି ଧମକ ଦେଇ ଆମ୍ଭଙ୍କୁ ସମୟ ଦେଇ ନ ଥିଲେ ବୋଲି ସେ ସୂଚନା ଦେଇଥିଲେ ।ଆଲୋଚନା ମାଧ୍ୟମରେ ଦାବି ସମାଧାନ ହୁଏ କିନ୍ତୁ ସେମାନେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ ବୋଲି ସେ ପ୍ରକାଶ କରିଥିଲେ । ଜଣେ ପ୍ରଶାସକ ଭାବେ ବିଶ୍ୱବିଦ୍ୟାଳୟର ସୁରକ୍ଷା କଥା ଚିନ୍ତା କରିବା ପ୍ରାଥମିକତା ଥିବାରୁ କୈାଣସି ଉପାୟ ନ ପାଇ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ ବାଧ୍ୟ ହେଲି ବୋଲି ସେ ସୂଚନା ଦେଇଥିଲେ । କାର୍ଯ୍ୟନିର୍ବାହୀ କାଉନସିଲ ସହ ବୈଠକ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସେ ପ୍ରକାଶ କରିଥିଲେ । କର୍ତୂପକ୍ଷ ଓ ପିଲାମାନଙ୍କ ମଧ୍ୟରେ ସମନ୍ନୟ ଅଭାବରୁ ଏପରି ସୃଷ୍ଟି ହେଲା ବୋଲି ସୁନାବେଡା ଏସଡିପିଓ ନରହରି ନାୟକ କହିବା ସହ ୧ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ସେ ପ୍ରକାଶ କରିଥିଲେ । ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଜଣେ ଛାତ୍ରୀ ଅଭିଯୋଗ କରିବା ସହ ଏତେ କମ ସମୟ ମଧ୍ୟରେ ଆମ୍ଭେମାନେ କିପରି ନିଜ ଘରକୁ ଯିବୁ ବୋଲି ସୂଚନା ଦେଇଥିଲେ ।ପିଲାମାନେ ଘରକୁ ଯିବା ନିମନ୍ତେ ହଇରାଣ ହେବା ସହ ଅନ୍ୟ କିଛି ପନ୍ଥା ନାହିଁ ବୋଲି ଅନ୍ୟ ଜଣେ ଛାତ୍ରୀ ପ୍ରକାଶ କରିଥିଲେ ।୨ ଜଣ ଛାତ୍ର କାନ୍ଦି କାନ୍ଦି ୫୦ ଟଂକା ମଧ୍ୟରେ ୬୦୦ କିମି କିପରି ଯିବୁ ବୋଲି ସାମ୍ବାଦିକାମାନଙ୍କ ନିକଟରେ ପ୍ରକାଶ କରିଥିଲେ ।
ସୂଚନା ଯୋଗ୍ୟ ଯେ ଗତକାଲି ଛାତ୍ରଛାତ୍ରୀମାନେ ଦେଇଥିବା ଦାବିଗୁଡାକ ହେଲା- ଛାତ୍ରଛାତ୍ରୀଙ୍କ ଦାବି ପାଇଁ ଲଢେଇ ବେଳେ ବିଭାଗୀୟ ଅଧ୍ୟାପକ ମାନଙ୍କ ଦ୍ୱାରା ଚାପ ସୃଷ୍ଟି ନକରିବା,ସ୍ଥାୟୀ ପ୍ରଫେସର ନିଯୁକ୍ତି,ଅଡିଟୋରିଅମ,କ୍ୟାମ୍ପସରେ ୨୪ଘଂଟିଆ ଚିକିସôା ସେବା,ଯାତାୟତ କରୁଥିବା ବସ ଗୁଡିକରର ରକ୍ଷଣା ବେକ୍ଷଣ, ରିସର୍ଚ ଛାତ୍ରଛାତ୍ରୀଙ୍କ ନିମନ୍ତେ ହୋଷ୍ଟେଲ ବ୍ୟବସ୍ଥା, ମୁଖ୍ୟ କ୍ୟାମ୍ପସକୁ ପ୍ରଶାସନିକ ଭବନ ସ୍ଥାନାନ୍ତର, ଅନ୍ୟ ମାନଙ୍କ ଭଳି ସମାନ ଅର୍ଥ ପୈଠ ପରେ ହାଲ ହସ୍ପିଟାଲରେ ଚିକିସôା ମିଳୁଥିବାରୁ ହାଲ କମ୍ପାନୀ ସହ କରା ଯାଇଥିବା ଚୁକ୍ତିକୁ ବାତିଲ କରିବା, ଛାତ୍ରଛାତ୍ରୀ,କର୍ମଚାରୀଙ୍କୁ ମାନସିକ ନିର୍ଯ୍ୟାତନା ବନ୍ଦ କରିବା, ପୂର୍ବତନ କୁଳପତି ପ୍ରଫେସର ସୁରଭି ବାନାର୍ଜୀ,ମହମ୍ମଦ ମିୟାନ,ତଲତ ଅହମ୍ମଦଙ୍କ ଦ୍ୱାରା ପ୍ରସ୍ତୁତି ମାଷ୍ଟର ପ୍ଲାନ କାର୍ଯ୍ୟକାରୀ କରିବା,ଡ୍ରାମା କ୍ଲବ ଗଠନ,ଇଂରାଜୀ ବିଭାଗରେ ଏମ.ଫି.ଏମ.ଇଡି ପାଠ୍ୟକ୍ରମ ଆରମ୍ଭ କରିବା, ହୋଷ୍ଟେଲ ଗେଟ ବନ୍ଦ ହେବା ଯାଏ କ୍ୟାଂଟିନରେ ଜଳଖିଆ,ଖାଦ୍ୟ,ଚାହା ରଖାଯିବା, କ୍ୟାମ୍ପସରେ ଏଟିଏମ ସହ ପ୍ରତି ହୋଷ୍ଟେଲରେ ସ୍ୱାଇପ୍ ମେସିନ ରଖାଯିବା, ପ୍ରତି ହଷ୍ଟେଲରେ ଜେରକ୍ସ ମେସିନ ଓ ପ୍ରିଂଟର ଦେବା, ପ୍ରତି ଶୌଚାଳୟରେ ସିଏଫଏଲ ବଲ୍ବ ଦେବା,ବିଭାଗୀୟ ବଣଭୋଜି ପୁନଃ ପ୍ରଚଳନ କରିବା,ହୋଷ୍ଟେଲ ପରିସରକୁ ଅଟୋରିକ୍ସା ପ୍ରବେଶ ଅନୁମତି,ଉଭୟ ହୋଷ୍ଟେଲରେ ଜିମନାଜିୟମ,ପକ୍କା ବେଡମିଂଟନ କୋର୍ଟ, ଅଭିଭାବକ ମାନଙ୍କ ପାଇଁ ବିଶ୍ରାମ ଗୃହ, ଆମ୍ବୁଲାନ୍ସ ନିକଟବର୍ତି ଗାଂ ଦେଇ ଯିବା ବାଧ୍ୟତା ମୂଳକ ନକରିବା, ହୋଷ୍ଟେଲର ପ୍ରତି ରୁମରେ ପାଣି ବ୍ୟବସ୍ଥା ଭଳି ୬୦ଟି ଦାବି ରହିଛି ।

Leave a Reply

Your email address will not be published. Required fields are marked *