ଛାତ୍ରୀଙ୍କୁ କମେଟ୍ ମାରିବା ମହଙ୍ଗା ପଡିଲା

ଯାଜପୁର-୧୩/୯(ଓଡିଆ ପୁଅ/ଏ.ରାଉତ) ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ମୁକୁନ୍ଦପାତ୍ର କଲେଜର ଜଣେ ଛାତ୍ରୀଙ୍କୁ କମେଟ୍ ମାରିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ପ୍ରକାଶ ଥାଉକି ସଂପୃକ୍ତ ଯୁବକ ଜଣକ ମୁକୁନ୍ଦପାତ୍ର କଲେଜକୁ ଆସୁଥିବା ଛାତ୍ରୀମାନଙ୍କୁ ବାରମ୍ବାର କମେଟ୍ ମାରୁଥିବା ଓ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଆସୁଥିଲା । ସୂଚନା ଯୋଗ୍ୟ ଯେ ଯୁବକ ଜଣକ ରାଇଛନ୍ଦା ପଂଚାୟତ ଅନ୍ତର୍ଗତ ବାଲିକୁଦିଆ ଦଳିତ ସାହିର ଅନନ୍ତ ମଳିକ(୨୦) । ଅନନ୍ତ ବାଲିକୁଦିଆ ନିକଟସ୍ଥ ନଦୀବନ୍ଧ ରାସ୍ତାରେ ସ୍ଥାନୀୟ ମୁକୁନ୍ଦପାତ୍ର କଲେଜର ଛାତ୍ରୀଙ୍କୁ ଯିବା ଆସିବା କରୁଥିବା ବେଳେ ବିଭିନ୍ନ ସମୟରେ କମେଟ୍ ମାରେ । ଯୁବକ ଜଣକ ମଙ୍ଗଳବାର ଦିନ ଜନୈକ ଛାତ୍ରୀକୁ କମେଟ୍ ମାରିବାରୁ ଗାଁ ଲୋକେ ଯୁବକକୁ ଅଟକ ରଖି ପୋଲିସ୍କୁ ଖବର ଦେଇଥିଲେ । ପୂର୍ବରୁ ଛାତ୍ରୀ ସଂକ୍ରାନ୍ତରେ ନିଜ ପରିବାରରେ ଆଗରେ ପ୍ରକାଶ କରିବାରୁ ପରିବାର ତଥା ଗ୍ରାମବାସୀ ମାନେ ଆସି ଉକ୍ତ ଯୁବକକୁ କାବୁ କରିଥିଲେ । ଜେନାପୁର ଥାନା ଏସଆଇ ରମେଶ କୁମାର ସାହାଣୀ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲେ । ଏନେଇ ୧୩୧/୧୭ରେ ଏକ ମାମଲା ରୁଜୁ କରି ଆଜି ତାକୁ କୋର୍ଟଚାଲୋଣ କରାଯାଇଛି ବୋଲି ପୁଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *