ଓଡ଼ିଶା

ଛାତ୍ରଛାତ୍ରୀ ଅଭାବକୁ ନେଇ ବନ୍ଦ ହେବ ୬ ବିଦ୍ୟାଳୟ

ତୁରୁମୁଙ୍ଗା,ତା ୧୦ ଅଗଷ୍ଟ(ଓଡିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ୬ ଟି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅଭାବକୁ ନେଇ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି । ଏଣେ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚମ୍ପୁଆ ଗୋଷ୍ଠୀ ଶିକ୍ଷାଅଧିକାରୀ ଗୋବର୍ଦ୍ଧନ ନାଏକ ଚିଠି କରିଥିବାର ଜଣାପଡିଛି । ଉକ୍ତ ବିଦ୍ୟାଳୟ ଗୁଡିକରେ ଶିକ୍ଷକଙ୍କ ତୁଳନା ରେ ବହୁ ପରିମାଣର ଛାତ୍ରଛାତ୍ରୀ କମ୍ ରହୁଥିବା ଯୋଗୁଁ ଉକ୍ତ ସ୍କୁଲ ଗୁଡିକ ବନ୍ଦ କରିବାର ନିଷ୍ପତ୍ତି ନିଆଯାଇ ଥିବା ସହ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ନିକଟସ୍ଥ ବିଦ୍ୟାଳୟରେ ସଂଯୋଗ କରାଯିବ ବୋଲି ଜଣାପଡିଛି । ସୂଚନା ମୁତାବକ ଚିଠି ସଂଖ୍ୟା ୧୨୦୭ ତା ୮.୮.୨୦୧୮ ରେ ସୂଚନା ଦିଆଯାଇଥିଲା କି ଚମ୍ପୁଆ ବ୍ଲକର ଜଯପଶିର ଲକ୍ଷ୍ମୀଆଦିବାସୀ ଉଚ୍ଚ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀର ୪ଜଣ ସୁନାରୀପଶି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୧୦ ଜଣ କୁସୁମୁନାଳୀ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୨ ଜଣ ହୃଦରାମ ପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୧୨ ଜଣ ବରପଦା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ୪ ଜଣ ଓ ଚମ୍ପୁଆ ମକ୍ତବ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀରେ ୩ଜଣ ଛାତ୍ର ଅଛନ୍ତି । ଏହି ବିଦ୍ୟାଳୟ ଗୁଡିକ ବନ୍ଦ କରି ଅନ୍ୟ ସ୍କୁଲ ଗୁଡିକରେ ସଂଯୋଗ କରାଯିବାର ଲକ୍ଷ ରହିଥିବାର ଜଣାପଡିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top