ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହ, ଶିକ୍ଷକ, ପାଠ୍ୟପୁସ୍ତକ, ୟୁନିଫର୍ମର ଅଭାବକୁ ଉପଲବ୍ଧି କରିଛନ୍ତି : ବିଜେପି

୨୦୦୦ ମସିହାରେ ଜନ୍ମଗ୍ରହଣ କରିଥିବା ଶିଶୁଟି ୨୦୧୯ ମସିହାରେ ଭୋଟର ପ୍ରସଙ୍ଗରେ:

– ପ୍ରଶ୍ନପତ୍ର ବିଭ୍ରାଟ ଓ ମଧ୍ୟାହ୍ନ ଭୋଜନ ବିଭ୍ରାଟ କାରଣରୁ ହନ୍ତସନ୍ତ ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉଚିତ୍ ଶିକ୍ଷା ଦେବେ

ଭୁବନେଶ୍ୱର, ତା.୦୨/୦୧: ୨୦୦୦ ମସିହାରେ ଓଡିଶାରେ ଜନ୍ମଗ୍ରହଣ କରିଥିବା ଶିଶୁଟି ବିଦ୍ୟାଳୟ ଅଧ୍ୟୟନ କାଳରେ ଶ୍ରେଣୀଗୃହ, ଶିକ୍ଷକ, ପାଠ୍ୟ ପୁସ୍ତକ, ୟୁନିଫର୍ମ ଅଭାବକୁ ଉପଲବ୍ଧି କରିଛି। ମଧ୍ୟାହ୍ନ ଭୋଜନ ଓ ପରୀକ୍ଷା ପ୍ରଶ୍ନ ପତ୍ରରେ ବିଭ୍ରାଟ କାରଣରୁ ହନ୍ତସନ୍ତ ହୋଇ ଶିକ୍ଷାପ୍ରାପ୍ତ ବାଧାକୁ ହୃଦୟଙ୍ଗମ କରିଛନ୍ତି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ। ଏପରିକି ଏଭଳି ଅବ୍ୟବସ୍ଥାକୁ ଛାତ୍ରଛାତ୍ରୀ ମହାବିଦ୍ୟାଳୟରେ ମଧ୍ୟ ଅନୁଭବ କରିଛି। ରାଜ୍ୟ ସରକାରଙ୍କ ନୀତିହୀନ ଓ ଦୁରଦୃଷ୍ଟି ଅଭାବ କାରଣରୁ ଛାତ୍ର ଓ ଛାତ୍ରୀଟିଏ ଗୁଣାତ୍ମକ ଶିକ୍ଷା ପ୍ରାପ୍ତିରୁ ବଂଚିତ ହୋଇଛି। ବିଶେଷ କରି ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ତାଙ୍କ ପିଲାମାନଙ୍କ ଶିକ୍ଷାପ୍ରାପ୍ତି ପାଇଁ ନାହିଁ ନଥିବା ହଇରାଣ ହୋଇଛନ୍ତି। ରାଜନୀତି ସର୍ବସ୍ୱ ଶାସକ ବିଜେଡି କୋମଲମତୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଖେଳିବାକୁ ମଧ୍ୟ ପଛାଇନାହିଁ। ନିଜ ଅପାରଗତାକୁ ଲୁଚାଇବା ସହ ସୋସିଆଲ ମିଡିଆ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଯୋଡିବା ଆଳରେ ଶାସକ ବିଜେଡି ବର୍ତମାନ ପୁଣି ଥରେ ହୀନ ରାଜନୀତି ଆରମ୍ଭ କରିଦେଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଅଭିଯୋଗ କରିଛନ୍ତି।

ଶାସକ ବିଜେଡି ଓ ରାଜ୍ୟ ସରକାରଙ୍କ ଅପାରଗତାକୁ ରାଜ୍ୟର ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକ ଭଲ ଭାବରେ ଜାଣି ସାରିଲେଣି। ଆଗାମୀ ଦିନରେ ଏହି କୋମଳମତୀ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତ ଖେଳିଥିବା ଶାସକ ବିଜେଡିକୁ ଉଚିତ୍ ଶିକ୍ଷା ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି।

ଅନ୍ୟ ପଟେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ରାଜ୍ୟର ନୂତନ ଭୋଟରଙ୍କ ଆସ୍ଥା ବୃଦ୍ଧି ପାଇଛି ଏବଂ ଆଗାମୀ ଦିନରେ ଏହା ନିଶ୍ଚିତ ପ୬ତିଫଳିତ ହେବ ବୋଲି ଶ୍ରୀ ଶର୍ମା ଦୃଢୋକ୍ତି ପ୍ରକାଶ କରିଛନ୍ତି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *