ଛାତ୍ରଙ୍କ କୃତୀତ୍ୱ : ମେକାନିକାଲ ଇଞ୍ଜିନିୟରିଂରେ ସ୍ୱର୍ଣ୍ଣପଦକ

ସମ୍ବଲପୁର, ୯/୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ମେକାନିକାଲ ଇଞ୍ଜିନିୟରିଂ (ବି.ଟେକ୍) ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ମାନସ ରଞ୍ଜନ ଗଡ଼ନାୟକଙ୍କୁ ଓଡ଼ିଶାର ମହାମହିମ ରାଜ୍ୟପାଳ ଏସ.ସି.ଜମିର ସ୍ୱର୍ଣ୍ଣପଦକ ପ୍ରଦାନ କରି ସମ୍ମାନୀତ କରିଛନ୍ତି। ସେଞ୍ଚୁରିଆନ୍ ୟୁନିଭର୍ସିଟୀ ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ୫ମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାମହିମ ରାଜ୍ୟପାଳ ଏସ.ସି.ଜମିର କୃତୀ ବିବେଚିତ ଛାତ୍ର ମାନସ ରଞ୍ଜନ ଗଡ଼ନାୟକଙ୍କୁ ସ୍ୱର୍ଣ୍ଣପଦକ ଦେଇ ପୁରସ୍କୃତ କହିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର କୁଶଳୀ ଏବଂ ପ୍ରଶିକ୍ଷଣ ବିଭାଗ ମନ୍ତ୍ରୀ ଷ୍ଟିଭର୍ଣ୍ଣ ହରବର୍ଟ ଏବଂ ନିର୍ଦ୍ଦେଶକ ନଦର୍ଣ୍ଣ ଇନ୍ଷ୍ଟିଚ୍ୟୁଟ ଅଫ୍ ଚାଲର୍ସ ଦାରୱିନ୍ ୟୁନିଭର୍ସିଟୀ (ଅଷ୍ଟ୍ରେଲିଆ) ପ୍ରଫେସର ରୁଦ୍ର ବାଲାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ସଫଳତା ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ଅଧିକରୁ ଅଧିକ ସଫଳତା ପାଇବା ପାଇଁ ପରାମର୍ଶ ଦେଇଥିଲେ। ତାଳଚେରର ଗୋବରା ଗ୍ରାମ ଶ୍ରୀମତୀ ମିନତୀ ଗଡ଼ନାୟକ ଓ ଅକ୍ଷୟ ଗଡ଼ନାୟକଙ୍କର ସୁପୁତ୍ର ଅଟନ୍ତି।

Leave a Reply

Your email address will not be published. Required fields are marked *