ଛାତରୁ ଖସି ୧୦ ବର୍ଷ ବାଳକର ମୃତ୍ୟୁ

ଭଦ୍ରକ, ୧୮ା୧୨ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଭଦ୍ରକ ସହରାଞ୍ଚଳ ଥାନା ଅଧୀନସ୍ଥ ଅପର୍ତ୍ତିବିନ୍ଧା ଗ୍ରାମରେ ଘରଭଡା ନେଇ ରହୁଥିବା ଜଣେ ବ୍ୟବସାୟୀଙ୍କ ଦ୍ୱିତୀୟ ଶ୍ରେଣୀରେ ନୂଆବଜାରସ୍ଥିତ ମଂଜୁଳ ମଂଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ପଢୁଥିବା ୧୦ ବର୍ଷର ପୁତ୍ରଙ୍କର ଛାତରୁ ଖସିପଡି ମୃତ୍ୟୁ ଘଟିଛି। ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଯାଜପୁର ଜାରକା ଅଂଚଳର ଦେଉଦା ଗ୍ରାମନିବାସୀ ସରୋଜ ସାହୁଙ୍କ ପୁତ୍ର ଅଂଶୁମାନ ଆଜି ଘରଭଡା ନେଇ ରହୁଥିବା ଦୁଇତାଲା ଛାତ ଉପରେ ଖେଳୁଥିବା ସମୟରେ ହଠାତ୍ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲକୁ ପଠାଇଥିଲା। ଏହି ଘଟଣାରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *