ଛତିଶଗଡ ରାଜ୍ୟ ଜାତୀୟ କଂଗ୍ରେସ ଏଆଇସିସି ସଂପାଦକ ଙ୍କ ମାଲକାନଗିରି ଜିଲ୍ଲାଗସ୍ତ,ଜିଲ୍ଲାକଂଗ୍ରେସ ଦଳର ସାଙ୍ଗଠନିକ ସଭା

 ମାଲକାନଗିରି,୧୩ା୯,(ଓଡିଆ ପୁଅ )  ମାଲକାନଗିରି ଜିଲ୍ଲାକଂଗ୍ରେସ ଦଳର ସଭ୍ୟସଂଖ୍ୟା ବୃଦ୍ଧିକରିବା ଓ ସାଙ୍ଗଠନିକ ଆଲୋଚନା ପାଇଁ ଛତିଶଗଡ ରାଜ୍ୟର ଜାତୀୟ କଂଗ୍ରେସ ଏଆଇସିସି ସଂପାଦକ ତଥା ମାଲକାନଗିରି ଜିଲ୍ଲା କଂଗ୍ରେସଦଳର ନିର୍ବାଚନ ଅଧିକାରୀ  ସାୟେମ ସୁତାର ଅଲ୍ଲୀ,ସୁକୁମା ଜିଲ୍ଲା ବରିଷ୍ଟ କଂଗ୍ରେସ ନେତା ତଥା ପୌରପରିଷଦ ଉପାଧ୍ୟକ୍ଷ ସାୟେଦ ଜାକର ଅଲ୍ଲୀ ଆଜି ମାଲକାନଗିରି ଗସ୍ତକରିଛନ୍ତି । ନଗରଭବନଠାରେ ଜିଲ୍ଲାକଂଗ୍ରେସ ସଭାପତି ଗୋବିନ୍ଦପାତ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୌଠକରେ ଏହି ଦୁଇ ଜାତୀୟ ସ୍ତର ନେତା ଯୋଗଦେଇ କଂଗ୍ରେସ ଦଳର ସଭ୍ୟସଂଖ୍ୟା ବୃଦ୍ଧିକାରିବା ଓ ଆସନ୍ତା ନିର୍ବାଚନରେ ଯେପରି କଂଗ୍ରେସ ଦଳ ସଂଖ୍ୟାଗରିଷ୍ଟତା ହାସଲକରିବ ସେନେଇ ଆଲୋଚନାକରିଥିଲେ ।

ଏହି କାର୍ଯ୍ୟକ୍ରମରେ  କଂଗ୍ରେସ ନେତା ରାମ ପ୍ରସାଦ ପଟନାୟକ,ଜି.ଶ୍ରୀନିବାସ ରାଓ, ପର୍ଶୁରାମଭକ୍ତ, ମାଲାମାଢି,ପି.କେଶୁରାଓ, ପା୍ରଣକୃଷ୍ଣମଣ୍ଡଳ, ପେଣ୍ଡ୍ରାପଣ୍ଡା, ସରୋଜପାତ୍ର,ପ୍ରଭାକରପାଳ,ମହିଳା କଂଗ୍ରେସ ସଭାନେତ୍ରୀ କମଳାବରାଳ, ଖଇରପୁଟ ବ୍ଲକ ଅଧ୍ୟକ୍ଷା କୁମୁଦୁନି କ୍ରୀସାନୀ, ଙ୍କ ସହିତ ସାତଟି ଯାକ ବ୍ଲକର ସଭାପତି, ସପାଂଦକ ଓ ଶତାଧିକ ବରିଷ୍ଟ କଂଗ୍ରେସ କର୍ମୀ ନେତା ମାନେ ଯୋଗଦେଇ ଆଲୋଚନାରେ ଭାଗନେଇ ଥିଲେ ।

Leave a Reply

Your email address will not be published. Required fields are marked *