ଖେଳ

ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ, ଜଗନ୍ନାଥପୁର କ୍ରିକେଟ କ୍ଳବ ଚାମ୍ପିୟନ

ଭଦ୍ରକ, ୧୫ା୫ (ଓଡିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ କଲେଜ ପଡିଆରେ ଚାଲିଥିବା ଚ୍ୟାଲେଞ୍ଜର ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲରେ ଜଗନ୍ନାଥପୁର କ୍ରିକେଟ କ୍ଲବ ଜେସିସି ଚାମ୍ପିୟନ ହୋଇଛି। ଫାଇନାଲରେ ଗାନ୍ଧିଜୀ କ୍ଲବକୁ ଓ ଜେସିସି ପରସ୍ପରକୁ ଭେଟିଥିଲେ। ଟସ୍ ଜିତି ଗାନ୍ଧିଜୀ କ୍ଳବ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୦ ରନ କରି ଅଲ୍ ଆଉଟ ହୋଇ ଯାଇଥିଲେ। ଦଳ ପକ୍ଷରୁ ବ୍ରଜେଶ୍ୱର ପୃଷ୍ଟି ସର୍ବାଧିକ ୩୮ ରନ କରିଥିଲେ। ଜେସିସି ପକ୍ଷରୁ କ୍ଷମାସାଗର ବଳ ୫ଟି ଉଇକେଟ ନେଇଥିଲେ। ୧୩୧ରନର ଲକ୍ଷ୍ୟ ନେଇ ଜେସିସି ଦଳ ବ୍ୟାଟିଂ କରି ୧୩.୪ ଓଭରରେ ୧ ଉଇକେଟ ହରାଇ ବଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ପକ୍ଷରୁ କ୍ଷାମସାଗର ବଳ ୬୩ ରନ ଓ ଶାନ୍ତନୁ ଦାସ ୫୦ରନ କରିଥିଲେ। ଗାନ୍ଧିଜୀ ପକ୍ଷରୁ ସିଦ୍ଧାର୍ଥ ଅନୁରାଗ ପରିଡା ଏକମାତ୍ର ଉଇକେଟଟି ଅକ୍ତିଆର କରିଥିଲେ। କ୍ଷମା ସାଗର ବଳଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ। ମ୍ୟାଚକୁ ସଞ୍ଜୟ ରାୟ ଓ ଅସିତ୍ ଦାସ ପରିଚାଳନା କରିଥିବା ବେଳେ ଅନିଲ ଉପାଧ୍ୟାୟ ସ୍କୋରର ଥିଲେ। ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ପଙ୍କଜ ବଳ, ସମ୍ମାନିତ ଅତିଥି ଭାବେ ମୀର୍ ବୁଟି ଯୋଗ ଦେଇ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ଟ୍ରଫି ଓ ପୁରସ୍କାର ରାଶଇ ପ୍ରଦାନ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ କ୍ଷମାସାଗର ବଳ, ଶ୍ରେଷ୍ଠ ବୋଲର ସତ୍ୟକାମ ଭରଦ୍ୱାଜ, ଡଲ୍ଫିନ ଦାସ ଶ୍ରେଷ୍ଠ ଫିଲ୍ଡର, ସୁଶାନ୍ତ ଖୁଣ୍ଟିଆଙ୍କୁ ଶ୍ରେଷ୍ଠ ଉଇକେଟ କିପର ଭାବେ ପୁରସ୍କୃତ କରାଯାଇଥିଲା। ଶ୍ୟେଷ୍ଠ ଶୃଙ୍ଖଳିତ ଦଳ ଭାବେ ୟୁନିକ ଏକାଦଶ ଭଦ୍ରକକୁ ପୁରସ୍କୃତ କରାଯାଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top