ଚୋର ଦଳ ଗିରଫ, ସୁନା ଅଳଙ୍କାର ଜବତ

ରାଉରକେଲା ୪-୮ (ଓଡ଼ିଆ ପୁଅ/ଶିବାରାମ ପାତ୍ର): ରାଉରକେଲା ପୁଲିସକୁ ମିଳିଛି ଏକ ବଡ଼ ସପଳତା। ସହରରେ ବିଭିନ୍ନ ସ୍ଥାନରେ ଚୋରି ଓ ରାହାଜନି କରି ଆତଙ୍କ ସୃଷ୍ଟି କରୁଥିବା ଏକ ଚୋର ଦଳକୁ ପ୍ଲାଂଟ ସାଇଟ ପୁଲିସ ଗିରଫ କରିଛି। ସେମାନଙ୍କ ଠାରୁ ବ୍ୟାପକ ଟଙ୍କାର ସୁନା ଅଳଙ୍କାର ଜବତ କରିଛି। ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ଏମଡି ନସିମ, ଅର୍ଜୁନ ସାହୁ, ବୁଡୁ ସୋନାର, ଏମଡ଼ି ମୁକ୍ତାର ଶ୍ରୀରାମ ସାହୁ, । ସେମାନଙ୍କ ଠାରୁ ପୁଲିସ ୨ଟି ଚେନ, ୩ଟି ମୁଦି, ହାର ଓ ୪ ହଳ ରୁପା ପାଉଂଜି ଜବତ କରିଛି। ଏହି ଦଳର ଅନ୍ୟ ଦୁଇ ଅଭିଯୁକ୍ତ ଏମଡ଼ି ଅଫତାବ ଓ ଏମଡ଼ି ଜଲିଲ ଗିରଫ ହୋଇ ଏବେ ଜେଲରେ ଅଛନ୍ତି।

Leave a Reply

Your email address will not be published. Required fields are marked *