ଚୋରି ଟ୍ରାକ୍ଟର ସାହାରପଡା ରୁ ଉଦ୍ଧାର କଲା ପୋଲିସ

ପାଟଣା,ତା୦୫/୦୯(ଓଡିଆ ପୁଅ/ଅଭିମନ୍ୟୁ) ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ କୁଆପଶି ଗ୍ରାମ ର କାଁହୁ ଚରଣ ମହାନ୍ତ ଙ୍କ ଟ୍ରାକ୍ଟର ଟି ତାଙ୍କ ଘର ସାମନା ରୁ ମଙ୍ଗଳବାର ରାତିରେ ଚୋରି ହୋଇଯାଇଥିଲା । ରାତି ପାଖାପାଖି ୧୨ଟାରୁ ୧ଟା ଭିତରେ ଘର ସାମନାରେ ଠିଆ ହୋଇଥିବା ଓଡି ୦୯ଏଚ୍ ୮୫୬୪ ନମ୍ବର ବିଶିଷ୍ଟ ଟ୍ରାକ୍ଟର କୁ କେହି ଚୋରି କରି  ପଳାଇଯିବା ପାଟଣା ଓ ସାହାରପଡା ପୋଲିସ କୁ ଖବର ମିଳିବା ପରେ ପାଟଣା ଥାନା ଏ ଏସ ଆଇ ଅଶୋକ କୁମାର ନାୟକ ସାହାରପଡା ଫାଣ୍ଡି ଅଧିକାରୀ ଅଶୋକ କୁମାର ପହି  ସଦଳବଳେ ବହୁ ଖୋଜାଖୋଜି ପରେ କେନ୍ଦୁଝର – ମୟୁରଭଞ୍ଜ ସୀମାନ୍ତ ସାହାରପଡା ବଜାର ନିକଟରେ ଟ୍ରାକ୍ଟର ଟିକୁ ଜବଦ କରି ପାରିଥିଲେ । ପୋଲିସ କୁ ଚକମା ଦେଇ ନପାରି, ଟ୍ରାକ୍ଟର ଟିକୁ ଛାଡ଼ି ଅନ୍ଧାରର ସୁଯୋଗ ରେ ଚୋର ମାନେ ଫେରାର ହେଇଯାଇଥିବା ବେଳେ ପୋଲିସ ଟ୍ରାକ୍ଟର ଟିକୁ ଉଦ୍ଧାର କରିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *