ଅପରାଧ

ଚୋରି ଏବଂ ଚୋରି ଜିନିଷ କିଣିବା ଅଭିଯୋଗରେ ୩ ଗିରଫ

ତୁରୁମୁଙ୍ଗା ୨-୩ (ଓଡ଼ିଆ ପୁଅ/ସନ୍ତୋଷ ପତି) ସିମେଣ୍ଟ ଓ ଲୁହାଛଡ଼ ଚୋରି ଅଭିଯୋଗରେ ତୁରୁମୁଙ୍ଗା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ତଲବରୁଡା ଗ୍ରାମର ଗୌରହରି ପାତ୍ର ୨୫ , ଏବଂ ତୁରୁମଙ୍ଗା ଥାନା ଖୁଣ୍ଟାପଡା ଗ୍ରାମର ସପନ ଗିରି ୨୫, ଓ ବଂଶୀଧର ଦାଶ ୪୦। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଚୋରି ଜିନିଷ କିଣିଥିବା ଅଭିଯୋଗରେ ଗିରଫ ହୋଇଛି। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କେନ୍ଦେଈପଷିଠାରେ ନିର୍ମାଣାଧିନ ଗ୍ରୀଡ଼ ସବ ଷ୍ଟେସନରେ ବ୍ୟବହୃତ ହେଉଥିବା ସିମେଣ୍ଟ ଏବଂ ଲୁହାଛଡ଼ ଚୋରି କରି ଗିରଫ ହୋଇଛନ୍ତି। ଅଭିଯୋଗ ଅନୁଯାଇ ଗତ ଗୁରୁବାର ରାତିରେ ସେଠାରେ କାର୍ଯ୍ୟକରୁଥିବା ଶ୍ରମିକ ଏବଂ ସିକୁରିଟି ଗାର୍ଡ ୧୫ ବସ୍ତା ସିମେଣ୍ଟ ଏବଂ ୧୪୦ କେଜି ଲୁହାଛଡ ଚୋରି କରି ନିକଟସ୍ଥ ଖୁଣ୍ଟାପଡା ଗ୍ରାମର ବଂଶୀଧରଙ୍କ ପାଖରେ ବିକ୍ରି କରିଥିଲେ। ଗ୍ରୀଡ଼ର ସୁପ୍ରଭାଇଜର ସୁବାଶିଷ ପଣ୍ଡାଙ୍କ ଅଭିଯୋଗପରେ ତୁରୁମୁଙ୍ଗା ଥାନା ଏସଆଇ ପ୍ରେମ କୁମାର ଜେନା ଘଟଣାର ତଦନ୍ତ କରି ଚୋରି ସାମଗ୍ରୀ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତୁରୁମୁଙ୍ଗା ଥାନା କେସ ନମ୍ବର 26/2018 ମାମଲା ରୁଜୁ ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top