ଚୋରି ଅଭିଯୋଗରେ ଯୁବକଙ୍କୁ ନିର୍ଧୁମ ଛେଚିଲେ ଗାଁ ଲୋକେ

ପୁରୁଷୋତ୍ତମପୁର,୩/୫(ଓଡ଼ିଆପୁଅ/ସୁଦାମ ମହାରଣା) ରଣଝାଲ୍ଲି ଗାଁରେ ମଙ୍ଗଳବାରଦିନ ବିଳମ୍ବିତ ରାତିରେ ଚୋରି କରୁଥିବା ବେଳେ ଜଣେ ଯୁବକ କୁ ଗାଁ ଲୋକେ ଧରି ଉତ୍ତମ ମଧ୍ୟମ କଲା ପରେ ପୁରୁଷୋତ୍ତମପୁର ପୋଲିସକୁ ହସ୍ତାନ୍ତର କରିଛନ୍ତି। ଥାନା ଅଧିକାରୀ ଅଜୟ କୁମାର ବାରିକଙ୍କ ସୂଚନାନୁସାରେ ସନ୍ଧ୍ୟା ସୁଦ୍ଧା କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ଉକ୍ତ ଯୁବକର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ନିଜ ଆଡୁ ତଦନ୍ତ କରାଯାଇଛି। ଗାଁ ଲୋକଙ୍କ କହିବା ଅନୁସାରେ, ହୃଷିକେଶ ପଣ୍ଡା ନାମକ ଜଣେ ଯୁବକ ନୃସିଂହ ମନ୍ଦିର ନିକଟସ୍ଥ ଏକ ଘରେ ପଶି ଜଣେ ମହିଳା ଶୋଇଥିବା ଅବସ୍ଥାରେ ବେକରୁ ସୁନା ଚେନ ବାହାରୁଥିଲା ମହିଳା ଜଣଙ୍କ ଉଠି ଚିତ୍କାର କରିଥିଲେ। ଫଳରେ ପରିବାର ଲୋକେ ଓ ସାହି ପଡୋଶୀ ପହଞ୍ଚି ଚୋରକୁ କାବୁ କରିବା ସହ ଉତ୍ତମ ମଧ୍ୟମ କରିଥିଲେ।

Leave a Reply

Your email address will not be published. Required fields are marked *