ଜିଲ୍ଲା ପରିକ୍ରମା

ଚୋରି ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଯାଜପୁର, ୧୭/୫ (ଓଡିଆ ପୁଅ/ମାନସ ରାଉତ) ଏକ େଚରି ମକଦ୍ଦମାର ବିଚାର କରି ଏକ ବିଚାରଧିନ ଆସାମୀ ପାଗଳ ମଲିକଙ୍କୁ ଚଣ୍ଡିଖୋଲ କୋର୍ଟର ବିଚାରପତି ଶୁଶ୍ରୀ ନେହା ଅଗ୍ରୱାଲା ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶ ଥାଉ କି, ଗତ ତା. ୧୯/୦୭/୨୦୧୬ ରିଖରେ କୁଆଖିଆ ଥାନା ଅନ୍ତର୍ଗତ କଳଣ ଗ୍ରାମର କୈଳାସ ଚନ୍ଦ୍ର ଓଝା ସେହି ଗ୍ରାମର ପାଗଳ ମଲିକଙ୍କ ନାମରେ ଚୋରି ଅଭିଯୋଗ କରି ଏତଲା ଦାୟର କରିଥିଲେ। କୁଆଖିଆ ପୋଲିସ ଥାନା କେସ ନଂ ୧୦୪/୧୬, ଦଫା ୩୭୯ରେ ପୋଲିସ ମକଦ୍ଦମା ରୁଜୁ କରିଥିଲା। ଚଣ୍ଡିଖୋଲ କୋର୍ଟ କେସ୍ ନଂ-ଜି.ଆର-୬୮୭/୧୬ ମକଦ୍ଦମାର ବିଚାର କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଅଦାଲତ ଅଭିଯୁକ୍ତ ପାଗଳ ମଲିକଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ପବିତ୍ର କୁମାର କର ଏବଂ ସି.ଏ.ଇଷ୍ଟପ୍ରିୟ ବାରିକ୍ ମାମଲା ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top