ଚୋରା ମଦ ବିକ୍ରୟ ବନ୍ଦ ପାଇଁ ପୋଲିସର ସହଯୋଗ ଲୋଡିଲେ ହାବଳେଶ୍ୱର ଗ୍ରାମବାସୀ

ହାଟଡ଼ିହି, ୨୦/୯/ (ବିକାଶ ବିଶ୍ୱାଳ) ନନ୍ଦିପଦା ଥାନା ଅଧିନସ୍ଥ ହାବଳେଶ୍ୱର ଗ୍ରାମରେ ଚୋରାମଦବିକ୍ରୀ ବନ୍ଦ ପାଇଁ ପୋଲିସର ସହଯୋଗ ଲୋଡିଛନ୍ତି ହାବଳେଶ୍ୱର ଗ୍ରାମବାସୀ । ଆଜି ଗ୍ରାମର ରମାକାନ୍ତ ବେହେରା, ନାରାୟଣ ସାହୁ, ବିଶ୍ୱନାଥ ମହାନ୍ତି, ନିକୁଞ୍ଜ ବିହାରୀ ଦାସ, ଯଦୁମଣୀ ମହାଳିକ, ନରହରି ସିଂହ, ବ୍ରଜ କିଶୋର ମହାନ୍ତି, କୃପାସିନ୍ଧୁ ପରିଡା, ପ୍ରସୀପ କୁମାର ଜେନା, ସୁବ୍ରତ ଦାସ, ଅସିତ ମହାନ୍ତି, ସନ୍ତୋଷ ସାହୁ, ପ୍ରଫୁଲ କୁମାର ମହାଳିକଙ୍କ ସମେତ ୫୦ରୁ ଉର୍ଦ୍ଧ ଗ୍ରାମବାସୀ ନନ୍ଦିପଦା ଥାନାରେ ପହଞ୍ଚି ଥାନା ଆଇଆଇସିଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ଉକ୍ତ ଗ୍ରାମରେ ଦୁଇଜଣ ବ୍ୟବସାୟୀ ସେମାନଙ୍କ ପାନ ଦୋକାନରେ ରଖି ଚୋରା ମଦ ବିକ୍ରୀ କରୁଛନ୍ତି । ଫଳରେ ଅନେକ ଯୁବକ ଏଠାରୁ ମଦ ପିଇ ବିପଥଗାମୀ ହେଉଥିବା ବେଳେ କିଛି ମଦ୍ୟପ ଏଠାରେ ନିୟମିତ ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ଯାହାଦ୍ୱାରାକି ସେହି ରାସ୍ତାଦେଇ ଗ୍ରାମର ସ୍କୁଲ ଛାତ୍ରଛାତ୍ରୀ ଓ ମହିଳାମାନେ ଯାତାୟତ ପାଇଁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଏନେଇ ଗ୍ରାମବାସୀମାନେ ବାରମ୍ବାର ତାଗିଦା କରୁଥିଲେବି ସେମାନେ ଭୁକ୍ଷେପ କରୁ ନଥିବା ଅଭିଯୋଗ କରିଛନ୍ତି । ଏଣୁ ପୋଲିସ ଓ ଅବକାରୀ ବିଭାଗ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *