ଚୋରା ଗଞ୍ଜେଇ ଚାଲାଣ ମାମଲା – ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ,୨୧ା୦୭(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା): ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୯.୯.୧୫ ତାରିଖରେ ବୌଦ୍ଧ ଥାନା ପକ୍ଷରୁ କୁଟୁକୁରୁ ଗା୍ରମରେ ଏକ ଗଞ୍ଜେଇ ଚୋରା ଚାଲାଣ ହେବା ପାଇଁ ବସ୍ତାରେ ଭର୍ତ୍ତ କରାଯାଉଥିବା ଥାନା ଏସ .ଆଇ ବିଜୟ ବାରିକ ସକାଳ ୮ ଟା ସମୟରେ ବିଶେଷ ସୁତ୍ରରୁ ଖବର ପାଇଥିଲେ । ଖବର ପାଇବା ପରେ ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ କୁଟୁକୁରୁ ଗାଁକୁ ଯାଇ ଚଢାଉ ସମୟରେ ଉକ୍ତ ଗା୍ରମର ଯୋଗିନ୍ଦ୍ର ନାଏକ ଓରଫ ଯୋଗେନ୍ଦ୍ର (୬୩) ନିଜ ଘରେ ଗଞ୍ଜେଇ ଗୁଡିକ ଏକ ବସ୍ତାରେ ଚାଲାଣ ପାଇଁ ଭର୍ତ୍ତି କରୁଥିଲା । ପୋଲିସକୁ ଦେଖି ଅଭିଯୁକ୍ତ ଯୋଗେନ୍ଦ୍ର ଗା୍ରମ ନିକଟସ୍ଥ ଜଙ୍ଗଲକୁ ଦୌଡି ପଳାଇଯାଇଥିଲା । ଏହା ପରେ ପୋଲିସ ସେଠାରୁ ୨୨ କେଜି ୫୦ ଗା୍ରମ ଗଞ୍ଜେଇ ଜବତ କରି ଥାନାକୁ ଫେରିଥିଲା । ଏ ନେଇ ବୌଦ୍ଧ ଥାନା କେସ ନଂ ୨୦୭/୧୫ ତା ୯.୯.୧୫ରେ ଏନ.ଡି.ପିଏସ ଆକ୍ଟରେ ମାମଲା ରୁଜୁ କରିଥିଲା । ଗତ ୧୦.୯.୧୫ରେ ଅଭିଯୁକ୍ତ ଯୋଗେନ୍ଦ୍ରକୁ ପୋଲିସ ଗରିଫ କରିବାରେ ସଫଳ ହେବା ସହ ଗତ ୧୧.୯.୧୫ ବିଚାର ପାଇଁ କେ୍ାର୍ଟକୁ ପଠାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାଟି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ (୩/୧୬) ରେ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୧୪ ଜଣ ସାକ୍ଷୀ ଓ ଅଭିଯୁକ୍ତ ପକ୍ଷରୁ ୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଯୋଗେନ୍ଦ୍ର ନାଏକ ଓରଫ ଯୋଗିନ୍ଦ୍ର ନାଏକକୁ ୧୦ ବର୍ଷ କରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଅରୁଣ ପ୍ରଧାନ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *