ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ବୌଦ୍ଧ, ୧୦ା୦୧ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ଏକ ଗଞ୍ଜେଇ ଚୋରା ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାରୁ ପ୍ରକାଶ ଯେ ଗତ ୧୫.୩.୧୬ ରିଖରେ ମନମୁଣ୍ଡା ଥାନା ଅଧିକାରୀ ବିଶେଷ ସୁତ୍ରରୁ ଖବର ପାଇଥିଲେ ଯେ, ଥାନା ଅଞ୍ଚଳର ବିଚିକା (ନୁଆସାହି) ଗାଁର ଜଣେ ଲୋକ ବାହାରକୁ ଚାଲାଣ କରିବାକୁ ନିଜ ଘରେ ଗଞ୍ଜେଇ ରଖିଛି । ଥାନା ଏସଆଇ ପି୍ରତିମଞରୀ ଗଡନାୟକ ଓ ଅନ୍ୟ କର୍ମଚାରୀ ମାନେ ବିଚିକା ଗାଁରେ ଉକ୍ତ ଦିନ ସକାଳ ସମୟରେ ଚଢାଉ କରି ଅଭିଯୁକ୍ତ ଗୋପାଳ ସେଠୀ(୩୩) ନିଜ ଘରେ ୪ଗୋଟି ପ୍ଳାଷ୍ଟିକ ଜରି ବସ୍ତାରେ ଗଞ୍ଜେଇ ରଖିଥିଲା । ପୋଲିସକୁ ଦେଖି ଅଭିଯୁକ୍ତ ଗୋପାଳ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ତାକୁ ଦୌଡି ଧରିଥିଲେ । ପୋଲିସ ୪ ଗୋଟି ବସ୍ତାକୁ ଜବତ କରିବା ସହ ସେଥିରୁ ୧୪୦କେଜି୨୦୦ ଗା୍ରମ ଗଞ୍ଜେଇ ଜବତ କରିଥିଲେ । ଏ ନେଇ ମନମୁଣ୍ଡା ଥାନା ପକ୍ଷରୁ ଥାନା କେସ ନଂ ୩୬ ତା ୧୫.୩.୧୬ ରେ ମାମଲା କରି ଅଭିଯୁକ୍ତ ଗୋପାଳ ସେଠୀକୁ ଗରିଫ କରି ଗତ ୧୬.୩.୧୬ରେ ବିଚାର ପାଇଁ କୋର୍ଟ ଚାଲାଣ କରିଥିଲେ । ପରବର୍ତ୍ତୀ ସମୟରେ ଏହି ମାମଲାଟି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜଙ୍କ ଅଦାଲତରେ ସ୍ପେଶାଲ କେସ ନଂ (୩୬/୧୬ ଟି ) ରେ ହୋଇ ବିଚାର ହୋଇଥିଲା । ଏହି ମାମଲାରେ ସରକାରଙ୍କ ପକ୍ଷରୁ ୧୬ ଜଣ ସାକ୍ଷୀ ଓ ଅଭିଯୁକ୍ତ ପକ୍ଷରୁ ଗୋଟିଏ ସାକ୍ଷୀର ବୟାନକୁ ଭିତ୍ତି କରି ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ରୁପଶ୍ରୀ ଚୌଧୁରୀ ପ୍ରମାଣ ଥିବା ନେଇ ଅଭିଯୁକ୍ତ ଗୋପାଳ ସେଠୀକୁ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ୧ ଲକ୍ଷ ଟଙ୍କା ଜୋରୀମାନା ଆଦେଶ ପ୍ରଦାନ କରିଛନ୍ତି ।ଏହି ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି ଅରୁଣ କୁମାର ପ୍ରଧାନ ଓ ଦେବରଞନ ମହାକୁଲ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *