ଚୋରା ଗଞ୍ଜେଇ ଚାଲାଣ ମାମଲା ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ , ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ

ବୌଦ୍ଧ, ୨୧ା୧୧(ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା) : ବୌଦ୍ଧ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ଶୁଚିସ୍ମିତା ମିଶ୍ର ଏକ ଚୋରା ଗଞ୍ଜେଇ ଚାଲାଣ ମାମଲାକୁ ବିଚାର କରି ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ମାମଲାକୁ ପ୍ରକାଶ ଯେ ଗତ ୩୦.୧୧.୧୫ ତାରିଖରେ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଇନ୍ସପେକଟର ଶେଷଦେବ ଦାସ ଓ ଅନ୍ୟ କର୍ମଚାରୀ ମାନେ କଣ୍ଟାମାଳ -ବୁଢାଖୋଲ ରାସ୍ତାରେ ସକାଳ ସମୟରେ ପେଟ୍ରାଲିଂ କରୁ୍ଥିବା ସମୟରେ ରାସ୍ତାର ବୁଢାଖୋଲ ପଟୁ କଣ୍ଟାମାଳ ଆଡକୁ ଏକ ମଟର ସାଇକେଲରେ ୨ ଜଣ ଲୋକ ଆସୁଥିଲେ । ସେମାନେ ମଟରସାଇକେଲ ଉପରେ ୨ ଗୋଟି ଧଳା ଜରି ବସ୍ତା ଧରିଥିବାରୁ ଅବକାରୀ କର୍ମଚାରୀ ସନେ୍ଦହ କରି ଅଟକାଇ ଥିଲେ । ଅଟାକାଇବା ଦେଖି ଗାଡିର ପଛ ପଟେ ବସିଥିବା ଅଭିଯୁକ୍ତ ଦେବେନ୍ଦ୍ର କହଁର ଫେରାର ହେବାରେ ସକ୍ଷମ ହୋଇଥିଲା । ଏହା ପରେ ଅବକାରୀ କର୍ମଚାରୀ ମାନେ ୨ ଗୋଟି ବସ୍ତାରୁ ୫୦ କେଜି ଗଞ୍ଜାଇ ସହ ମଟର ସାଇକେଲକୁ ଜବତ କରି ଜଣେ ଅଭିଯୁକ୍ତ କନ୍ଧମାଳ ଜିଲା ଗୋଛାପଟା ଥାନାର ସାଲଗାଡୁ ଗା୍ରମର ମେଟା ମଲିକ (୩୫) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏବେବି ଅନ୍ୟ ଅଭିଯୁକ୍ତ କନ୍ଧମାଳ ଜିଲା ଗୋଛାପଡା ଥାାନର ସାଲଗାଡୁ ଗା୍ରମର ଦେବେନ୍ଦ୍ର କହଁର ଫେରାର ଅଛି । ପରିବର୍ତ୍ତୀ ସମୟରେ ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ ସ୍ପେଶାଲ କେସ (୨ଏସିିସି-୧୯/୧୫ ) ହୋଇ ଅଭିଯୁକ୍ତ ମେଟା ମଲିକର କେସ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲାଦୌରାଜଜ ଶୁଚିସ୍ମିତା ମିଶ୍ର ଅଭିଯୁକ୍ତ ମେଟା ମଲିକୁ ପ୍ରମାଣ ଥିବା ନେଇ ୧୦ ବର୍ଷ କାରାଦଣ୍ଡାଦେଶ ଦେବା ସହ ଏକ ଲକ୍ଷ ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି । ସରକାରଙ୍କ ପକ୍ଷରୁ ପିପି ଧୁରୀଣ ଦେହୁରୀ ମାମଲା ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *