ଚୋରା ଗଞ୍ଜେଇ ଓ ନଗଦ ସହ ୨ ଗିରଫ

ସମ୍ବଲପୁର, ୧୩/୧୧ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) – ସମ୍ବଲପୁର ଟାଉନ ପୋଲିସ ଗତ ରାତି ନାକାବନ୍ଦୀ ସମୟରେ ମାଲିପଡ଼ା ଅଞ୍ଚଳରୁ ଏକ ମୋଟର ସାଇକେଲ ସହିତ ପ୍ରାୟ ୧୦ କିଲୋଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି। ଏ ବାବଦରେ ଏନ୍ଡ଼ିପିଏସ୍ ଆଇନର ବିଭିନ୍ନ ଧାରା ଅନୁସାରେ ଥାନାରେ କେସ ସଂଖ୍ୟା ୩୮୨/୨୦୧୭ ଉପରେ ଏକ ମୋକଦ୍ଦମା ରୁଜୁ କରାଯାଇଛି। ଏ ବାବଦରେ ବିହାର ଭୋଜପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାକେଉଁଟି ବାସିନ୍ଦା ରବିଶଙ୍କର ସିଂହ (୪୦) ଓ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ମଲିକପଦର ବାସିନ୍ଦା ଅଜୟ ନାଏକ (୨୭)କୁ ଗିରଫ କରାଯାଇଛି। ଏମାନେ ଏକ ବାଇକ୍ରେ ଏହି ରାସ୍ତାଦେଇ ଯାଉଥିବା ବେଳେ ପୋଲିସ ଖାନତଲାସ କରିଥିଲେ। ଏହି ସମୟରେ ବିଭିନ୍ନ ପୁଡ଼ିଆରେ ବନ୍ଧା ହୋଇଥିବା ଚୋରା ଗଞ୍ଜେଇ (୭ କିଲୋଗ୍ରାମ ୭୦୦ ଗ୍ରାମ) ଏବଂ ନଗଦ ୨୪ ହଜାର ଟଙ୍କା ଜବତ କରାଯାଇଥିଲା। ଏଥିସହିତ ଏମାନେ ରଖିଥିବା ବଜାଜ ଡିସକଭର ବାଇକ (ଓଡ଼ି-୩୧ଏ-୫୫୪୪)କୁ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *