ଅପରାଧ

ଚୋରା ଗଞ୍ଜାଇ ଚାଲାଣ ମାମଲା, ଅଭିଯୁକ୍ତ ନିଦେ୍ର୍ଦାଷରେ ଖଲାସ

ବୌଦ୍ଧ,୨୮ା୦୩ (ଓଡ଼ିଆ ପୁଅ ସଜ୍ଜନ କୁମାର ଅଗ୍ରୱାଲା ): ବୌଦ୍ଧ ଜିଲା ଦୌରାଜଜ ତଥା ସ୍ପେଶାଲ ଜଜ ଶୁଚିସ୍ମିତା ମିଶ୍ର ଏକ ଚୋରା ଗଞ୍ଜାଇ ଚାଲାଣ ମାମଲାକୁ ବିଚାର କରି ଅଭିଯୁକ୍ତକୁ ପ୍ରମାଣ ଅଭାବରୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି । ମାମଲାକୁ ପ୍ରକାଶ ଯେ ଗତ ୧୯.୨.୧୬ ତାରିଖରେ ବୌଦ୍ଧ ଜିଲା ଅବକାରୀ କର୍ମଚାରୀ ମନମୁଣ୍ଡା ଥାନା ଅର୍ନ୍ତଗତ ଶଗଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଅଭିଯୁକ୍ତ ମନମୁଣ୍ଡା ଥାନାର ବରଗୋଛା ଗା୍ରମର ଅଲେଖ୍ ଖମାରୀ (୭୦) ଏକ ଜରିବ୍ୟାଗ ଧରି ବରଗୋଛା ରାସ୍ତାରେ ଆସୁଥିବା ଦେଖି କର୍ମଚାରୀଙ୍କ ସନେ୍ଧହ ହେବାରୁ ତାକୁ ବରଗୋଛା ଆବାସିକ ବିଦ୍ୟାଳୟ ନିକଟରେ ଅଟକାଇଥିଲେ । ତା ଠାରୁ ୪ କେଜି ଗଞ୍ଜାଇ ଜବତ କରିଥିଲେ । ଅବକାରୀ କର୍ମଚାରୀ ମାନେ ଗଞ୍ଜାଇ ଜବତ କରିବା ସହ ଏକ ମାମଲା କରି ଅଭିଯୁକ୍ତକୁ ଉକ୍ତ ଦିନ ହିଁ ଗିରଫ କରି ବିଚାର ପାଇଁ କୋର୍ଟକୁ ପଠାଇଥିଲେ । ପରିବର୍ତ୍ତୀ ସମୟରେ ବୌଦ୍ଧ ଜିଲା ଦୌରାଜଜଙ୍କ ଅଦାଲତରେ ୨ଏସିସି (୫/୧୬) ହୋଇ ବିଚାର ହୋଇଥିଲା । ସରକାରଙ୍କ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜିଲା ଦୌରାଜଜ ଶୁଚିସ୍ମିତା ମିଶ୍ର ଅଭିଯୁକ୍ତ ଅଲେଖ ଖମାରୀକୁ ପ୍ରମାଣ ଅଭାବରୁ ନିଦେ୍ର୍ଦାଷର ଖଲାସ କରିଛନ୍ତି । ଅଭିଯୁକ୍ତ ମାନଙ୍କ ପକ୍ଷରୁ ମାମଲାଟିକୁ ଆଇନଜୀବୀ ଅଶୋକ କୁମାର ମିଶ୍ର ଓ ବିବେକାନନ୍ଦ ଦେହୁରୀ ପରିଚାଳନା କରୁଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top