ଅନୁଗୁଳ

ଚୋରା କୋଇଲା ଖାଦାନ ଉପରେ ଚଢ଼ାଉ

ଅନୁଗୋଳ,୨୯/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ସନ୍ଥରାବନ୍ଧ ଗ୍ରାମରେ ରହିଥିବା ଚୋରା କୋଇଲା ଖାଦାନ ଉପରେ ସ୍ଥାନୀୟ ତହସିଲଦାର ଚଢ଼ାଉ କରିଛନ୍ତି । ଗତ ଶୁକ୍ରବାର ମଧ୍ୟାହ୍ନରେ ଉକ୍ତ ଗ୍ରାମରେ ଥିବା ୫ଟି ଚୋରା କୋଇଲା ଖାଦାନରେ ଛେଣ୍ଡିପଦା ତହସିଲଦାର ପ୍ରତାପ ପ୍ରିତିମୟ ପୋଲିସ ଏବଂ ବ୍ରାହ୍ମଣବିଲ ରାଜସ୍ୱ ନିରୀକ୍ଷକ ପ୍ରମୁଖ ଅତିର୍କିତ ପହଂଚି ଚଢ଼ାଉ କରିଥିଲେ । ଏହି ସମୟରେ ସେଠାରେ ଖୋଳା କାର୍ଯ୍ୟରେ ନିୟୋଜିତ ଶହେରୁ ଉଦ୍ଧ୍ୱର୍ ଶ୍ରମିକ ଏବଂ କୋଇଲା ମାଫିଆମାନେ ତହସିଲଦାରଙ୍କୁ ଦେଖି ସେଠାରୁ ଛତ୍ରଭଙ୍ଗ କରିଥିଲେ । ଉକ୍ତ ଖାଦାନଗୁଡ଼ିକରେ ପ୍ରାୟ ଶହେ ଟନ୍ ରୁ ଉଦ୍ଧ୍ୱର୍ କୋଇଲା ଖୋଳାଯାଇ ଚାଲାଣ ନିମନ୍ତେ ଗଚ୍ଛିତ କରାଯାଇଥିବାର ଦେଖିବାକୁ ମିଳିଥିଲା । ସନ୍ଥରାବନ୍ଧ ମୈାଜାର ଖାତା ନଂ-୧୦୪,ପ୍ଲଟ ନଂ-୧୨,ଖାତା ନଂ-୧୭୨,ପ୍ଲଟ ନଂ-୧୦ ଏବଂ ଖାତା ନଂ-୬୫୭,ପ୍ଲଟ ନଂ-୧୧ରେ ଉକ୍ତ ଖାଦାନ ଗୁଡ଼ିକ ହୋଇ ଥିବାବେଳେ ଏହାର ମାଲିକାନା ଯଥାକ୍ରମେ କୁଞ୍ଜମଣି ସାହୁ,ଚନ୍ଦୁରୀ ସାହୁ ଏବଂ ହୃଷିକେଶ ସାହୁଙ୍କ ନାମରେ ରହିଥିବାର ଜଣାପଡ଼ିଛି । ତେବେ ଉକ୍ତ ପ୍ଲଟଧାରୀଙ୍କ ନାମରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି । ତେବେ ଛେଣ୍ଡିପଦାରେ ଏପରି ଅନେକ ସ୍ଥାନରେ ଗଚ୍ଛିତ ରହିଥିବା ଚୋରା କୋଇଲାକୁ ଖୋଳାଯାଇ ବାହାରକୁ ଚାଲାଣ କରାଯାଉଥିବାରୁ ଏହା ପୋଲିସ,ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top