ଚୋରାରେ ବିଦ୍ୟୁତ ସଂଯୋଗ: ବିଚ୍ଛିନ୍ନ କରିଦିଆଗଲା ସ୍ପୋର୍ଟସ କମ୍ପ୍ଲେକ୍ସର ସରବରାହ ବ୍ୟାୟାମଶାଳାର ଖୋଲୁନି ତାଲା

ରାୟଗଡା, ୨୨।୬ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)-ସହର ଭିତରେ ସରକାରୀ ଯୋଜନାରେ ମଧ୍ୟ ବିଦ୍ୟୁତ ଚୋରୀ। କରାଯାଇଛି ବେଆଇନ ସଂଯୋଗ। ଫଳରେ ଗତ ୪୩ଦିନ ତଳେ ଉଦଘାଟନ କରାଯାଇଥିବା ସ୍ପର୍ଟସ କମ୍ପ୍ଲେକ୍ସର ବିଦ୍ୟୁତ ସରବରାହକୁ ବିଚ୍ଛିନ୍ନ କରିଦିଆଯାଇଛି। ସଞ୍ଜ ନଇଲେ କିଲୋଟରୀ ରାସ୍ତାର ଥିବା ସ୍ପର୍ଟସ କମ୍ପ୍ଲକ୍ସରେ ଆଉ ଧାଡିଧାଡି ହାଲୋଜେନିକ ଜଳୁନାହିଁ। ବାସକେଟ ବଲ ଖେଳ ଆଉ ଅଭ୍ୟାସ କରାଯାଉଥିବା ଦେଖିବାକୁ ମିଳୁନାହିଁ। କୋଚ ସହ ଖେଳାଳୀ ମାନେ ଆସି ଅନ୍ଧାରୁଆ କୋର୍ଟକୁ ଦେଖି ସରକାରୀ ବ୍ୟବସ୍ଥାକୁ ନିନ୍ଦା କରୁଛନ୍ତି ଆଉ ନିରାଶ ହୋଇ ଫେରୁଥିବାୂ ପରିଲିଖିତ ହୋଇଛି। ଶୁଣାଯାଉଥିଲା ଗାଁ ଗହଳିରେ ଲୋକେ ବିଦ୍ୟୁତ ଚୋରୀ କରନ୍ତି। ବିଭାଗର ଅଗୋଚରରେ ବାଇପାସ କରି ତାରଟାଣି ବିଦ୍ୟୁତ ଅନ୍ୟତ୍ର ନେଇଥାନ୍ତି। କିନ୍ତୁ ସ୍ପର୍ଟସ କମ୍ପ୍ଲେକ୍ସର ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବାପରେ ସରକାରୀ ଯୋଜନାର ଗୁମରକଥା ପଦାରେ ପଡିଛି। ତେବେ ପଚରା ଉଚୁରା କରିବାପରେ ଜଣାପଡିଛିଯେ ସ୍ପର୍ଟସ କମ୍ପ୍ଲେକ୍ସକୁ ଯାଇଥିବା ବି୍ୟଦ୍ୟୁତ ସଂଯେଗ ବିଚ୍ଛିନ୍ନ କରିଦିଆଯାଇଛି। ଆହୁରି ବିସ୍ମୟର କଥାଯେ ଉଦଘାଟନ ବେଳର ସୂଚନା ଫଳକ ମଧ୍ୟ ଏବେ ଦେଖିବାକୁ ମିଳୁନାହିଁ।

ଜିଲାକୁ ମନ୍ତ୍ରୀ ଓ ପଦାଧିକାରୀ ଆସିଲେ ମନମୋହିବାପାଇଁ ଧାଡିକୁ ଧାଡି ଉଦଘାଟନ ଆଉ ଶିଳାନ୍ୟାସ କରାଯାଇଥାଏ। ତେବେ ମଇ ମାସର ୯ତାରିଖର କଥା। ପୂର୍ବଦିନ ଠାରୁ ଜିଲାର ବ୍ୟବହାର କରାଯାଉଥିବା ହ୍ୱାଟସଅପ ଗୃପ ଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲା। ଅତି ପୂରାତନ ନିର୍ବାଚନ କାର୍ଯ୍ୟାଳୟକୁ ରଙ୍ଗବୋଳି ବ୍ୟାୟାମଶାଳା ୨୦୦୮ ମସିହାରେ ତିଆରି କରାଯାଇଥିବା ଟୋନିସ କୋର୍ଟକୁ ପୁଣି ସାଜଡି ବାସକେଟ ବଲ ଖେଳପଡିଆ ରୂପେ ସଜାଇ ଦିଆଗଲା। ଆଉ ଏହାକୁ ରଙ୍ଗବେରଙ୍ଗ ଫୁଲରେ ସଜାଇ ସ୍ପର୍ଟସ କମ୍ପ୍ଲେକ୍ସ ନାମରେ ସୂଚନା ଫଳକ ଲଗାଇ ଲୋକାର୍ପିତ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରିଙ୍କ ଜରିଆରେ ଗଣାମଧ୍ୟମକୁ ସୁଚିତ କରାଗଲା। ଏହାକୁ ନେଇ ହ୍ୱାଟସଅପରେ ଖୁବ ଚର୍ଚ୍ଚା କରଯାଇଥିଲା। ୯ତାରିଖ ଅପରାହ୍ନରେ ଓଡିଶାର ଅନୁସୂଚିତ ଜାତି ଜନଜାତି ସଂଖ୍ୟଲଘୁ ପଛୁଆବର୍ଗ କଲ୍ୟାଣମନ୍ତ୍ରୀ ରମେଶଚନ୍ଦ୍ରୁ ମାଝିଙ୍କ ସହ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ମୋନା ଶର୍ମା, କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କମିଶନାର ତଥା ସଚିବ ଭିଶାଳ କୁମାର ଦେବ ପ୍ରମୁଖ ରାୟଗଡା ଗସ୍ତରେ ଆସିଥିଲେ। ତାଙ୍କସହ ରାଜ୍ୟସଭା ସାଂସଦ, ଲୋକସଭା କ୍ଷେତ୍ର ସାଂସଦ, ସ୍ଥାନୀୟ ବିଧାୟକ ଓ ଅଧ୍ୟକ୍ଷା ମଧ୍ୟ ପଟୁଆରରେ ସାମିଲ ଥିଲେ। ସେମାନଙ୍କ ଗସ୍ତକୁ ନଜରରେ ରଖି ଜିଲାର ଚାଟିକଣା ଠାରୁ ଆରମ୍ଭକରି ଜିଲା ସଦର ମହକୁମା ପର୍ଯ୍ୟନ୍ତ ଉଦଘାଟନ ଓ ଶିଳାନ୍ୟାଶ କାର୍ଯ୍ୟକ୍ରମ ରଖାଯାଇଥିଲା। ତେବେ ସହରର କିଲୋଟରୀ ରାସ୍ତାରେ ପୂର୍ବରୁ ଥିବା ଟେନିସ କୋଟକୁ ନବକଳେବର କରି ବାସକେଟ ବଲ ପଡିଆ ନିର୍ମାଣ କରାଯାଇଥିଲା। ଏହାସହ ପର୍ବରୁ ନିର୍ବାଚନ କାର୍ଯ୍ୟାଳୟ ରୂପେ ନିର୍ମାଣ କରାଯାଇଥିବା ଘରେ ଟେବୁଲ ଟେନିସ ସହ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବ୍ୟାୟାମ ଯନ୍ତ୍ରାଶଂ ଖଞ୍ଜି ସ୍ପର୍ଟସ କମ୍ପ୍ଲକ୍ସ ନାମରେ ନାମିତ କରି ଆଡମ୍ବରସହ ଲୋକର୍ପିତ କରାଯାଇଥିଲା। କିନ୍ତୁ ବିଡମ୍ବନାର କଥାଯେ, ସଞ୍ଜହେଲେ ଚଳଚଞ୍ଚଳ ହୋଇଉଠୁଥିବା ଏହି ସ୍ଥାନଟିରେ ଗତ ୫ଦିନ ଧରି ଚିମୁରା ହୋଇଯାଇଛି। କାରଣ ପାଚାରିବାରେ ସ୍ପର୍ଟସ କମ୍ପ୍ଲକ୍ସରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦିଆଯାଇଛି ବୋଲି ଖୋଳାଳୀ ମାନେ କହିଛନ୍ତି। ତେବେ ପଚରା ଉଚୁରା କରିବାପରେ ଜଣାପଡିଛିଯେ, ଆଜିର ସ୍ପର୍ଟସ କମ୍ପ୍ଲେକ୍ସ କୁହାଯାଉଥିବା ଘରକୁ ପୂର୍ବରୁ ନିର୍ବାଚନ କାର୍ଯ୍ୟାଳୟ ନାମରେ ଜଣାଯାଉଥିଲା। ସେହି ପରିଚୟରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। ଆଉ ସେଠାରୁ ସଂଯୋଗ ଆଗକୁ ବଢ଼ାଇ ବାସକେଟ ବଲ ଖେଳିବାପାଇଁ ୬ରୁ ୮ଟି ବଡବଡ ହାଲୋଜେନିକ ବଲବ ଲଗାଯାଇଥିବା ଦେଖିବାକୁ ମିଳିଛି। ଯାହାକି ବେଆଇନ ସଂଯୋଗ ବୋଲି ସାଉଥ-କୋ ନିବାହିଯନ୍ତ୍ରୀ କହିଛନ୍ତି। ତେଣୁ କର୍ମଚାରୀଙ୍କୁ ପଠାଇ କାଟିଦିଆଯାଇଥିବା ସେ କହିଛନ୍ତି। ସେହିପରି ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରାଶଂ ଖଞ୍ଜି ବ୍ୟାୟାମଶାଳା ନିର୍ମାଣ କରାଯାଇଛି। କିନ୍ତୁ ଉଦଘାଟନ ପରଠାରୁ ଦିନଟେ ପାଇଁ ତାହା ଖୋଲାଯାଇନାହିଁ। ଏସବୁ ଅନିୟମିତତାକୁ ପରିଲିଖିତ କଲେ ଜଣାପଡୁଛିଯେ ଏଠାରେ ବିକାଶ ବା ଖେଳାଳୀ ଗଢ଼ିବା ଲକ୍ଷନାହିଁ। ଗଣମାଧ୍ୟମରେ ଫଟୋହିଁ ସର୍ବସ୍ୱ ବୋଲି ଜିଲାରେ ବୁଦ୍ଧିଜିବୀ ଓ ଖେଳପ୍ରେମୀଙ୍କ ମଧ୍ୟରେ ଆଲୋଚନା ହେଉଛି। ଏସମ୍ପର୍କରେ ସାଉଥ-କୋ ନିର୍ବାହିଯନ୍ତ୍ରୀ ନାରାୟଣ ନାୟକଙ୍କୁ ପଚାରିବାରେ ପୂର୍ବରୁ ସମ୍ପୃକ୍ତ ଘରକୁ ନିର୍ବାଚନ କାର୍ଯ୍ୟାଳୟ ନାମରେ ବିଦ୍ୟୁତ ସଂଯୋଗ କରାଯାଇଥିଲା। ସେଠାକାର ଖାଉଟି ନମ୍ବର ଆଣିବା ପରେ ଆଲୋଚନା କରାଯିବ ବୋଲି ନିର୍ବାହିଯନ୍ତ୍ରୀ ନାରାୟଣ ନାୟକ କ୍ରୀଡା ବିଭାଗକୁ ସୁଚିତ କରିଥିବା କହିଛନ୍ତି। ଏସମ୍ପର୍କରେ ଜିଲା ଖୋଳକୁଦ ଅଧିକାରୀ ସେକ ଆଲନୁରଙ୍କୁ ପଚାରିବାରେ ଅଲାଗା ସଂଯୋଗରେ ଲାଇଟ ଜଳୁଥିଲା। ନୂତନ ସଂଯୋଗପାଇଁ ସାଉଥ-କୋର ବିଧି ବିଧାନ ପୁରଣକରାଯାଇଛି। ଦିନେ ବା ଦୁଇଦିନ ମଧ୍ୟରେ ନୂଆ ସଂଯୋଗ ଲଗାଯିବା ବୋଳି ଅଧିକାରୀ ଆଲନୁର କହିଛନ୍ତି।

Leave a Reply

Your email address will not be published. Required fields are marked *