ad
ଜିଲ୍ଲା ପରିକ୍ରମା

ଚୋରାଗାଡି ଯନ୍ତ୍ରାଂଶ କିଣିବା ଅଭିଯୋଗରେ ଜଣେ ଗିରଫ

ଯାଜପୁର, ୧୯.୫(ଓଡିଆ ପୁଅ/ମାନସ ରାଉତ): ବଡଚଣା ଥାନା ଚଣ୍ଡିଖୋଲ ଫାଣ୍ଡି ଅନ୍ତର୍ଗତ ନୂଆ ବଜାର ଏକ କବାଡିବାଲା ଠାରୁ ଚୋରା ଟାଟା ମେଜିକର ଯନ୍ତ୍ରାସ କିଣିବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରି ଶନିବାର କୋର୍ଟଚାଲଣ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଲେ ଜେନାପୁର ଥାନା ଅନ୍ତର୍ଗତ ଭରତପୁର ଗ୍ରାମର ଶରତ ପ୍ରଧାନ। ଗତ କିଛିଦିନ ପୂର୍ବରୁ ଧର୍ମଶାଳା ଥାନା କ୍ଷେତ୍ରପାଳ ଗ୍ରାମର ଦୁଷ୍ମନ୍ତ ପଣ୍ଡାଙ୍କ ଠାରୁ ଶରତ ଏହି ଯନ୍ତ୍ରାଂଶ କିଣି ନିଜ ଗାଡିରେ ଲଗାଇଥିଲେ। ଗତ ୩ ଦିନ ପୂର୍ବେ ନୂଆ ବଜାରରେ ଆଉ ଏକ ଚୋରା ମ୍ୟାଜିକ କଟା ହେଉଥିବା ଖବର ପାଇ ବଡଚଣା ପୋଲିସ ସେଠାରେ ଚଢାଉ କରିବା ପରେ ପୂର୍ବର ଏହି କାରବାର ସମ୍ପର୍କରେ ସୂଚନା ପାଇଥିଲା। ତେବେ ଏଥିରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବରପାଇ କ୍ଷେତ୍ରାପାଳ ସ୍ଥିତ ଦୁଷ୍ମନ୍ତ ପଣ୍ଡାଙ୍କ ଘର ଉପରେ ଚଢାଉ କରି ଦୁଇଟି ଟାଟା ମ୍ୟାଜିକ ଇଞ୍ଜିନ ଓ ଏହି ଗାଡିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ କରିଥିଲା। ପୂର୍ବରୁ ସେମାନଙ୍କ ଠାରୁ ଶରତ ଯନ୍ତ୍ରାଂଶ କିଣିଥିବା ପୁଳିସ ଜାଣି ତାକୁ ଗିରଫ କରିଥିଲା। ଏଥିରେ ସଂପୃକ୍ତ ମୁଖ୍ୟ ଆସାମୀ ଓ ସେମାନଙ୍କ ସହଯୋଗୀଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସ ପାଇଥିବା ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସୂଚନା ଦେବାସହ ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି। ଏଥିନେଇ ବଡଚଣା ଥାନା କେସ ନମ୍ବର ୧୦୪/୧୮ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top