‘ଚୈତ୍ର୍ୟ ଏକ ସୁରସ ସୁନ୍ଦର ରୂପକଥା’ ଲିଟେରେଚେର୍ ଟାଇମ୍ସ ପକ୍ଷରୁ ‘ଖରା କବିତା’ ଓ ‘ଚଇତି ବାଆ’ ସୃଜନ ଆସର

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଋତୁଚକ୍ର ସହିତ ଆମ ଜୀବନଧାରା ଓ ସୃଜନଧାରା ଅବିଚ୍ଛେଦ ସଂପର୍କ ରଖିଆସିଛି। ପ୍ରକୃତିର ବହୁବିଧ ରୂପବୈଚିତ୍ର୍ୟ କବିମନରେ ସୃଷ୍ଟି କରିଆସିଛି ନାନା ଭାବତରଂଗ। କବିତାରେ ଖରାଦିନକୁ ନିଷ୍ଠୁର ବୋଲି ଚିତ୍ରିତ କରାଯାଇଥିଲେ ମଧ୍ୟ ଚୈତ୍ର୍ୟର ମତୁଆଲା ପବନ ସକଳ ଜୀବନ ଯନ୍ତ୍ରଣାକୁ ଉପଶମ କରାଏ। ଚୈତ୍ର୍ୟ ଗୋଟେ ସରସ ସୁନ୍ଦର ରୂପକଥା ଓ ମହମହ ବାସ୍ନାବିଭୋର ଅନ୍ୟମନସ୍କତା ବୋଲି ଲିଟେରେଚର୍ ଟାଇମ୍ସ ଓ ବୁକ୍ ହବ୍ ପକ୍ଷରୁ ଭଦ୍ରକ ଉପରବାଗୁରାଇ ସ୍ଥିତ ସେଣ୍ଟଜାଭିଅର୍ ହାଇସ୍କୁଲ୍ ପରସରରେ ଅନୁଷ୍ଠିତ ଖରା କବିତା ଓ ଚଇତି ବାଆ ସୃଜନ ଆସର ସମୀକ୍ଷା ଉତ୍ସବରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି। କୋର୍କମିଟି ସଦସ୍ୟ ଶିକ୍ଷାବିତ୍ ପ୍ରହଲ୍ଲାଦ କରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ ଇଂ ଅଭୟ ସୂତାର ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ସମାଜସେବୀ ଓ ସାହିତ୍ୟିକା ଶ୍ରଦ୍ଧାଞ୍ଜଳି ରାୟ ଯୋଗଦେଇ ଚଇତି ବାଆ ମନରେ ସୃଜନ ଓ ବିଶ୍ୱାସ ଭରିଦିଏ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପରୀକ୍ଷା ନିୟନ୍ତ୍ରକ ଅଟଳବିହାରୀ ନାୟକ ଓ ଯୁବ ବୈଜ୍ଞାନିକ ଡକ୍ଟର ଖଗେଶ୍ୱର ସାହୁ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମ୍ବାଦିକ କବି ପ୍ରମୋଦ ରାୟ ଓ ଅଧ୍ୟାପିକା ଚିନ୍ମୟୀ ବଳଙ୍କ ସଂଯୋଜନାରେ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଂଜନ ଦାସ କବିତାଗୁଡ଼ିର ସମୀକ୍ଷା କରିଥିଲେ। କବି ଅବନୀ ପ୍ରଧାନ, ପ୍ରଭାତନଳିନୀ ମହାପାତ୍ର, ଅକ୍ଷୟ କୁମାର ଜେନା, ପ୍ରଣବ କୁମାର ସାହୁ, ରମେଶଚନ୍ଦ୍ର ସ୍ୱାଇଁ, ସୁକାନ୍ତି ମହପାତ୍ର, ବସନ୍ତ ମିଶ୍ର, ଶ୍ରଦ୍ଧାଞ୍ଜଳି ରାୟ, ଅନୁରାଧା ମିଶ୍ର, ପ୍ରୀତିଲତା ପଣ୍ଡା, ପ୍ରମୋଦ ରାୟ, ଚିନ୍ମୟୀ ବଳ ପ୍ରମୁଖ ଖରା ଓ ଚଇତି ବାଆ ଶୀର୍ଷକରେ କବିତା ପାଠ କରିଥିଲେ। ଅନୁଷ୍ଠାନର ଆବାହକ ପତ୍ରକାର ବସନ୍ତ କୁମାର ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *