ପୁରୀ:୦୯/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ):ମାଖନଲାଲ ହାଲ୍ଦାର ସ୍ମାରକୀ ସର୍ବଭାରତୀୟ ଓପନଚେସ୍ ପ୍ରତିଯୋଗିତା ଉଦ୍ୟାପିତ ହୋଇଯାଇଛି। ଜିଲ୍ଲା ଚେସ୍ ଆସୋସିସେନ ପକ୍ଷରୁ ଦୁର୍ଗାବାଡ଼ି ପରିସରରେ ଆୟୋଜିତ ଏହି ପ୍ରତିଯୋଗୀତାରେ ବିହାରର ସୁଧୀର ସିହ୍ନା ଚମ୍ପିୟାନ ହୋଇଥିବା ବେଳେ ଜଗଦୀଶ ବାରିକ ଦ୍ୱିତୀୟ ଓ ବୀରକିଶୋର ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହି ଭଳି ପ୍ରଦୀପ ଦାସ, ୱାଇ ଶ୍ରୀବାସ୍ତବ, ଧିରେନ୍ଦ୍ର ଦାଶ, ଚୈତନ୍ୟ ରାଉତ, ମାନସ ରଂଜନ ପରିଡ଼ା, ପ୍ରଭାତ ଓଝା, ବ୍ରଜ ମହାରଣା, ନିଖିଳ ସାହୁ, ନଟବର ଦାସ ଓ ଟୁକୁନା କାଣ୍ଡି ଚତୁର୍ଥରୁ ୨୦ତମ ସ୍ଥାନ ହାସଲ କରିଛନ୍ତି। ମିନି ବାଳିକା ବିଭାଗରେ ଶ୍ରୋୟାଶ ସାହୁ, ଗାୟତ୍ରୀ ଦାସ, ଆୟୁସି ମହାନ୍ତ୍ି ପ୍ରଥମରୁ ତୃତୀୟ ହୋଇଥିଲେ। ବାଳକରେ ଆୟୁଷ୍ମାନ ମହାନ୍ତି, ଅଂଶୁମାନ ପତି, ଡ଼ି ଆଦିତ୍ୟ ପ୍ରଥମରୁ ତୃତୀୟ ହୋଇଥିଲେ। ରେହା ମହାପାତ୍ର, ମିକୁନ ମିଶ୍ର, ନିହାରିକା ମହାପାତ୍ର, ଶୁଭସ ପରିଡ଼ା, ସତ୍ୟଜିତ୍ ମିଶ୍ର, ଅଭିଷେକ କର, ଭୁମି ଅଗ୍ରୱାଲ, ସ୍ୱର୍ଣ୍ଣମୁଦ୍ରା ମହାନ୍ତି, ପ୍ରିୟଙ୍କା ପଟ୍ଟନାୟକ, ଅମିତରାୟ ଗୁରୁ, ଓଁପ୍ରକାଶ ଗନ ନାୟକ, ରୋହନ କୁମାର ଜୁନିୟର ବୈୱା, ପ୍ରତିହାରୀ ଓ ସାଇସ୍ୱରୀ ପାତ୍ର ସିନିୟରରେ ପ୍ରଥମ ଦ୍ୱିତୀୟ ହୋଇଥିଲେ।ଶ୍ୟାମଲ କୁଣ୍ଡ, ରାମ ନାରାୟଣ ଗୋଛିକାର, ବିନୋଦ ମହାପାତ୍ର, ଦେବାଶିଷ ପାଣିଗ୍ରାହୀ ପ୍ରତିଯୋଗିତା ପରିଚାଳନା କରିଥିଲେ। ରବିବାର ସଂଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ରାଜ୍ୟ ଚେସ୍ ସଂଘ ସମ୍ପାଦକ କୁମାର ହାଲାଦାର ଅଧ୍ୟକ୍ଷତା କରିଥିଲେ। ଜିଲ୍ଲା ସଂଘ ସମ୍ପାଦକ ବିମଳ ପ୍ରସାଦ ମହାନ୍ତି ବିବରଣୀ ପାଠ କରିଥିବା ବେଳେ ଦିବାକର ତ୍ରିପାଠା ଅତିଥି ପରିଚାଳନା ପ୍ରଦାନ କରିଥିଲେ। ଉତ୍ସବରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଚେସ୍ ଖେଳାନୀମାନଙ୍କୁ ଅର୍ଥରାଶ ସହ ପୁରସ୍କୃତ କରିଥିଲେ। ଶ୍ରୀ ନିବାସ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।
