ଚେଳିତୋ ବାଇମୁଣ୍ଡି ନିତ୍ୟାନନ୍ଦ ନାଥ

ତିର୍ତ୍ତୋଲ୧୬/୦୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଅରଜଙ୍ଗ ଗ୍ରାମରେ ସାବିତ୍ରୀ ଅମାବାସ୍ୟା ପାଳନ ଦିବସରେ ମୃତ୍ୟୁ ବରଣ କରିଥିବା ସ୍ୱର୍ଗତ ନିତ୍ୟାନନ୍ଦ ନାଥଙ୍କ ୭ମ ଶ୍ରାଦ୍ଧବାର୍ଷିକି ଓ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତି ଚାରଣ ସଭାରେ ବରିଷ୍ଟ ନାଗରିକ ନିତ୍ୟାନନ୍ଦ ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ମୁଖ୍ୟ ବକ୍ତା ସାଇ ସଂଗଠନର ଆବାହକ ଶିବ ଚରଣ ମଲ୍ଲିକ, ସମ୍ମାନୀତ ଅଭିଥିଭାବେ ଶିକ୍ଷକ ନେତା ଅକ୍ଷୟ ଦାସ, ମନମୋହ କାନୁନ୍ଗୋ, ମଞ୍ଜୁଳା ନନ୍ଦ, ଉର୍ମିଳା କର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାଥ ଆଦିକବି ସାରଳାଦାସ କଲେଜ, ତିର୍ତ୍ତୋଲ ବାଳିକା ହାଇସ୍କୁଲ, ଚେଳିତୋଳ ବାଲିଯାତ୍ରା, ଚେଳିତୋଳ କଲଚରାଲ, ଏକାଡ଼େମୀ ଭୋଳାନାଥ ବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓ କୁମାର ଉତ୍ସବ ପାଇଁ ତାଙ୍କର କାଳଜୟୀ ଅବଦାନର ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଅଞ୍ଚଳବାସୀଙ୍କ ତରଫରୁ ସ୍ୱର୍ଗତ ନିତ୍ୟାନନ୍ଦ ନାଥଙ୍କ ଏକ ଆବକ୍ଷ ପ୍ରତିମୂର୍ତ୍ତୀ କଲେଜ ପରିସରରେ ସ୍ଥାପନ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ସ୍ୱର୍ଗତ ନାଥ ତିର୍ତ୍ତୋଲ ତଥା ଗୋପିଆକୁଦଠାରେ ଚେଳିତୋଳ ବନ୍ଦର ସମ୍ପର୍କରେ ଦୀର୍ଘଦିନ ଧରି ଗବେଷଣା ଜାରି ରଖିଥିଲେ। ଏହି କାରଣରୁ ସେ ଚେଳିତୋଳ ବାଇମୁଣ୍ଡିବୋଲି ଆଲୋଚକମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *