ଚେଳିତୋଳ ରଜ ଉତ୍ସବ ପାଳନ

ତିର୍ତ୍ତୋଲ୧୩/୬ (ଓଡ଼ିଆ ପୁଅ/ଟୁକନ ସେଠୀ)- ହଜିଯାଉଥିବା ଓଡ଼ିଆ ଘରର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ଚେଳିତୋଳ କଲଚରାଲ ଏକାଡ଼େମୀ ତିର୍ତ୍ତୋଲ ପକ୍ଷରୁ ତିର୍ତ୍ତୋଲ ସରସ୍ୱତୀ ଶିଶୁ ମନ୍ଦିର ଠାରେ ରଜ ଉତ୍ସବ ପାଳିତ ହୋଇଯାଇଛି। ଏକାଡ଼େମୀର କାର୍ଯ୍ୟକାରୀ ସଭାପତି ଡ଼ା. ନୀରଦ ଗଛାୟତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଏକାଡ଼େମୀର ଅନ୍ୟତମ ପ୍ରତିଷ୍ଠାତା ଇଂ ପ୍ରଭାକର ସ୍ୱାଇଁ ଉଦଘାଟନ କରିଥିବାବେଳେ ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଂପାଦକ ତଥା ସାରସ୍ୱତ ସାଧକ ସଂଜିତ ପଟ୍ଟନାୟକ ଓ ପୂର୍ବତନ ଶିକ୍ଷାଜିଲ୍ଲା ଅଧିକାରୀ ପିତାମ୍ବର ରାଉତ, ଅଧ୍ୟାପକ ବିଷ୍ଣୁ ଚରଣ ମୁଦୁଲି ଅତିଥିଭାବେ ଯୋଗଦେଇ ଆମ ସଂସ୍କୃତି ଓ ଆମ ପରମ୍ପରାକୁ ରକ୍ଷା କରିବାରେ ଚେଳିତୋଳ କଲଚରାଲ ଏକାଡ଼େମୀର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ଚଳିତ ବର୍ଷ ଗୋବିନ୍ଦପୁର ଗ୍ରାମର ସର୍ବେଶ୍ୱର ସ୍ୱାଇଁଙ୍କୁ ବିଶିଷ୍ଠ ସୈନିକ ଓ ବିଜିପୁର ଗ୍ରାମର ପ୍ରଫୁଲ ଜେନାଙ୍କୁ ବିଶିଷ୍ଟ କୃଷକ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ପ୍ରତିବର୍ଷଭଳି ଚଳିତ ବର୍ଷ ରଜଦୋଳି ଗୀତ, ପୋଡ଼ପିଠା, ଖିଲିପାନ, ହୁଳହୁଳି ପ୍ରତିଯୋଗିତା କରାଯାଇ ଅତିଥିମାନଙ୍କଦ୍ୱାରା କୃତ୍ତି ପ୍ରତିଯୋଗିମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ରଜଦୋଳୀ ଗୀତ, ପୋଡ଼ପିଠା ଓ ଖିଲିପାନ ପ୍ରତିଯୋଗିତାରେ ଅରଜଙ୍ଗ ଗ୍ରାମର କଲ୍ୟାଣି ଦାସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ହୁଳହୁଳି ପ୍ରତିଯୋଗିତାରେ ଅଧ୍ୟାପିକା ବିଷ୍ଣୁ ପ୍ରିୟା ଦାସ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଅକ୍ଷୟ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବଟିକୁ ସୁଶ୍ରୀ ବିଜୟା ମହାନ୍ତି, ବିଜୟା ନନ୍ଦ ନାଥ, ସଚ୍ଚିଦା ନନ୍ଦ ନାଥ, ମାନସ ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ। ବରିଷ୍ଠ ନାଗରିକ ନିତ୍ୟାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *