ଜଗତସିଂହପୁର

ଚେଳିତୋଳ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ତିର୍ତ୍ତୋଲ ୪/୧୧- (ଓଡ଼ିଆ ପୁଅ/ଟୁକନ ସେଠୀ) ତିର୍ତ୍ତୋଲ ବ୍ଲକ ଅଭ୍ୟର୍ଥନା ଗୃହରେ ଶୁକ୍ରବାର ପୂର୍ବାହ୍ନ ୪ ଟାବେଳେ ଚେଳିତୋଳ ବାଲିଯାତ୍ର ୨୦୧୮ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, ରଘୁନାଥପୁର ବ୍ଲକ ଜିଲ୍ଲାପରିଷଦ ସଭ୍ୟା ଡ଼େଜାଲେିନି ମହାପାତ୍ର, ତିର୍ତ୍ତୋଲ ବ୍ଲକ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର କୁମାର ରାୟ, ସଭ୍ୟା ଲିପାଲି ରାଉଳ, ତହସିଲଦାର ସୁଜାତା ପାତ୍ର, ଅତିରିକ୍ତ ତହସିଲଦାର ସୁଶ୍ରୀ ସଙ୍ଗୀତା ଖଟୁଆ, ଏବିଡ଼ିଓ ଭଞ୍ଜ କିଶୋର ନାୟକ, ତିର୍ତ୍ତୋଲ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମାଝି, ତିର୍ତ୍ତୋଲ ବ୍ଲକ ଯୁବ ବିଜେଡ଼ି ସଭାପତି ରଞ୍ଜିତ କୁମାର ଜେନା, ଶିଶୁ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଅରବିନ୍ଦ ହୋତା, ଦେବାଶିଷ ତ୍ରିପାଠୀ, ଅଶ୍ୱିନି ଦାସ, ତପନ କୁମାର ମହାନ୍ତି, ଗଗନ ଖଣ୍ଡୁଆ, ଗଙ୍ଗାଧର ବିଶ୍ୱାଳଙ୍କ ସମେତ ବିଭିନ୍ନ ସରକାରୀ ବିଭାଗର କର୍ମକର୍ତ୍ତା ଯୋଗଦେଇଥିଲେ। ଏହି ବୈଠକରେ ଚଳିତ ମାସ ୫ ତାରିଖ ଦିନ ଭୂମିପୂଜନ, ବାଲିଯାତ୍ରା ଉତ୍ସବ ୫ ଦିନ ବଦଳରେ ୭ ଦିନ, ସଭ୍ୟଚାନ୍ଦା ବୃଦ୍ଧି କରାଯିବା ସହିତ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଆକର୍ଷଣୀୟ ବାଳିଯାତ୍ରା ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ କରାଯିବା ପାଇଁ ବୈଠକରେ ସ୍ଥିର କରାଯିଥିଲା।(

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top