କେନ୍ଦୁଝର

ଚେମେଣା ପଞ୍ଚାୟତରେ ଅଚଳା ଅବସ୍ଥା ପାଇଁ ବିଡ଼ିଓଙ୍କୁ ଭେଟିଲେ ୱାର୍ଡ ମେମ୍ବର

ତୁରୁମୁଙ୍ଗା ୩-୫ (ଓଡ଼ିଆ ପୁଅ/ସନ୍ତୋଷ କୁମାର ପତି) କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଦୀର୍ଘ ଦିନ ହେବ ରାଜନୈତିକ ଛକାପଞ୍ଝାକୁ ନେଇ ପଞ୍ଚାୟତରେ ଅଚଳାବସ୍ଥା ଲାଗିରହିଥିଲା। ପରିସ୍ଥିତିରେ ସୁଧାର ଆଣିବା ପାଇଁ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର ବିଡ଼ିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଗତ ୧୮/୦୪ ରିଖ ପଞ୍ଚାୟତ କାର୍ଯ୍ୟାଳୟରେ ଉଭୟ ସରପଞ୍ଚ ଏବଂ ସମିତି ସଭ୍ୟ ପାଣି ଯୋଗାଣକୁ ନେଇ ମୁହାଁମୁହିଁ ହୋଇଥିବା ପରେ ସେଇ ଦିନ ସନ୍ଧ୍ୟାରେ ସରପଞ୍ଚଙ୍କ ଟ୍ରାକ୍ଟର ଧକାରେ ସମିତିସଭ୍ୟଙ୍କ ପୁଅର କାର ଗାଡିକୁ ପଛ ପଟୁ ଧକା ଦେଇ ଥିଲା ଏବଂ ଘଟଣାସ୍ଥଳରେ ଦୁଇଟି ଯାକ ଗାଡିରେ ନିଆଁ ଲାଗି ଗାଡି ଗୁଡିକ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିଲା। ପରେ ଉଭୟଙ୍କ ପକ୍ଷରୁ ତୁରୁମୁଙ୍ଗା ଥାନାରେ ଅଭିଯୋଗ ହୋଇଥିଲା ପରେ ଗିରଫ ଭୟ ରେ ସରପଞ୍ଚ ଉଦୟନାଥ ନାଏକ ଫେରାର ଥିବାରୁ ସେଇ ଦିନ ଠାରୁ ସରପଞ୍ଚଙ୍କ ଅନୁପସ୍ଥିତି ଯୋଗୁଁ ପଞ୍ଚାୟତର ସମସ୍ତ କାର୍ଯ୍ୟ ଠପ ହୋଇ ପଡ଼ିବା ସହିତ ଶ୍ରମିକମାନେ କାମ କରି ମଜୁରୀ ପାଇ ପାରୁନାହାନ୍ତି। ଏଣୁ ପଞ୍ଚାୟତ ୱାର୍ଡମେମ୍ବରମାନେ ଆଜି ବିଡ଼ିଓ ଙ୍କ ଦ୍ୱାରସ୍ଥ ହୋଇ ନାଏବସରପଞ୍ଚଙ୍କୁ ପଞ୍ଚାୟତ ଦାଇତ୍ୱ ଦେବାକୁ ଦରଖାସ୍ତ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top