ଚେମେଣା ଜଙ୍ଗଲରେ ୨୩ ହାତୀ ପଲ

ତୁରୁମୁଙ୍ଗା ୮ ଜୁନ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜକୁ ପୁଣି ଲେଉଟିଛନ୍ତି ହାତୀପଲ। ଗତକାଲି ଏଇ ହାତୀ ପଲ ଚମ୍ପୁଆ ପଟରୁ ଆସି ଚେମେଣା ଜଙ୍ଗଲରେ ଡେରା ପକେଇଛନ୍ତି। ହାତୀଙ୍କ ପାଇଁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ତୁରନ୍ତ ଏ ଅଞ୍ଚଳରୁ ହାତୀଙ୍କୁ ଘଉଡାଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ଅନ୍ୟ ପଟେ ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗର ୩୦ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ପାଟଣା ରେଞ୍ଜର ମୁକ୍ତିକାନ୍ତ ରାୟ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *