ଚେନ ଲୁଟେରାକୁ ଉତ୍ତମ ମଧ୍ୟମ

ଅନୁଗୋଳ, ୫-୮ ( ଓଡ଼ିଆ ପୁଅ/ ଅଜିତ କୁମାର ବେହେରା): ଆଜି ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରେ ଜଣେ ଲୁଟେରାକୁ ଚେନ ଛିଡ଼ାଇବା ମହଙ୍ଗା ପଡିଛି। ସ୍ଥାନୀୟ ଲୋକେ ତାର ପିଛା କରି ତାକୁ ଧରି ଉତ୍ତମ ମଧ୍ୟମ ଦେବା ପରେ ସେ ଗୁରୁତର ଆହତ ହୋଇ ଥିବାର ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଗ୍ରାମ ନିକଟରେ ମହିଳା ଜଣକ ଚାଲି ଚାଲି ଯାଉଥିବା ବେଳେ ଲୁଟେରା ଜଣକ ଏକ ବାଇକରେ ଆସି ମହିଳାଙ୍କ ବେକରୁ ଚେନ ଛିଡ଼ାଇ ପଳାଉଥିଲା। ତେବେ ମହିଳା ଜଣକ ଜୋରରେ ଚିତ୍କାର କରିବା ପରେ କିଛି ଲୋକ ଲୁଟେରାକୁ ପିଛା କରି ଧରିଥିଲେ। ଏହା ପରେ ତାକୁ ନିର୍ଧୂମ ପିଟି ଲହୁଲୁହାଣ କରି ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରି ମେଡିକାଲକୁ ନେଇ ଚିକିତ୍ସା କରାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *