ଜିଲ୍ଲା ପରିକ୍ରମା

ଚେନ୍ନାଇରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଚେନ୍ନାଇରେ ଜଣେ ଓଡ଼ିଆ ଯୁବକ ଉପେ କଂପାନୀର ଗାଡି ମାଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଭଦ୍ରକ ଜିଲାର ଚାନ୍ଦବାଲି ବ୍ଲକ୍ର ଜଳେଶ୍ୱରପୁର ପଂଚାୟତର ବାସିନ୍ଦା ବ୍ରଜେନ୍ଦ୍ର ସାହୁଙ୍କ ପୁଅ ଶୁକଦେବ ଚେନ୍ନାଇରେ ଡାଲମିଆ ଟେକ୍ସଟାଇଲ୍ ମିଲ୍ରେ ସୁପରଭାଇଜର ଭାବେ କାମ କରୁଥିଲେ। ଗତକାଲି ସକାଳ ୧୧ ଟାରେ ସେ ମାଲ୍ ବାହାର କରିବା ପାଇଁ ଶ୍ରମିକମାନଙ୍କୁ ନେଇ କାମ କରୁଥିବାବେଳେ କଂପାନୀର ଟ୍ରକ୍ ପଛେଇ ପଛେଇ ଆସି ତାଙ୍କ ଉପରେ ମାଡି ଯିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏହି ଖବର ପହଞ୍ଚିବା ପରେ ପରିବାର ତଥା ଗାଁରେ ଶୋକର ଛାୟା ଖେଳିଯାଇଛି। ଶୁକଦେବଙ୍କ ମୃତ୍ୟୁରେ ତାଙ୍କ ବାପା ମାଆ ତଥା ପରିବାର ଲୋକେ ମି୍ରୟମାଣ ହୋଇ ପଡିଥିବାବେଳେ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ଅପରପକ୍ଷରେ ଗାଁ ଲୋକେ ତାଙ୍କ ମୃତ୍ୟୁ ପାଇଁ ସଂପୃକ୍ତ କଂପାନୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। କଂପାନୀ ତରଫରୁ ତାଙ୍କ ପରିବାରକୁ ଆର୍ଥିକ ସହାୟତା ନକଲେ କଂପାନୀ ବିରୋଧରେ ଗାଁ ଲୋକେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନାଯୋଗ୍ୟ ସେ ହାଇଦ୍ରାବାଦରେ କାମ କରୁଥିବାବେଳେ ଚାନ୍ଦବାଲି ଅଂଚଳର ୩ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ଚାନ୍ଦବାଲି ଅଂଚଳର ଜଣେ ଯୁବକଙ୍କ ଚେନ୍ନାଇରେ ମୃତ୍ୟୁ ନେଇ ଶୋକର ଛାୟା ଖେଳିଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top