ଚେଙ୍କ ବିରୁଧରେ ସାମୁହିକ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜାଗିଲି ସାହି ବସ୍ତି ଅଞ୍ଚଳରେ ଚେଙ୍କ ବିରୁଧରେ ଏକ ସାମୁହିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂକ୍ରାନ୍ତି ବା ପୋଙ୍ଗଲ ସମୟରେ ଶିଶୁମାନଙ୍କ ରୋଗ ଭଲପାଇଁ ଦିଆଯାଉଥିବା ଲୁହା ଚେଙ୍କ ବିରୁଧରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏଥିରେ ସଭାପତିତ୍ୱ କରିଥିବା ବେଳେ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁହା ଚେଙ୍କ ଦ୍ୱାରା ଶିଶୁ ମାନଙ୍କ ରୋଗ ଭଲକରିବାକୁ ନେଇ ଯେଉଁ କୁସଂସ୍କାର ବା ଅନ୍ଧବିଶ୍ୱାସ ରହିଛି ତାହା ତୁରନ୍ତ ଦୁରହେବା ଆବଶ୍ୟକ ବୋଲି କହିଥିଲେ। ସେହିପରି ଯେକୌଣସି ରୋଗ ହେଲେ ତୁରନ୍ତ ଡାକ୍ତରଙ୍କ ସହାୟତା ଲୋଡିବା ସହ ଔଷଧ ଦ୍ୱାରା ଚିକିତ୍ସା କରିବା ଦରକାର ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଜିଲା ଚାଇଲ୍ଡ ଲାଇନ ସଂଯୋଜକ ସାଇପ୍ରସାଦ ସାମଲ, ମାନବ ଚାଲାଣ ବିରୋଧି ଇନ୍ସସ୍ପେକ୍ଟର ଜ୍ୟୋତ୍ସା କାଉଁରୀଙ୍କ ସମେତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ୱାସ୍ଥ୍ୟ କର୍ମୀ ଆଶା ଓ ଅଙ୍ଗନୱାଡି କର୍ମୀ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *