ଜିଲ୍ଲା ପରିକ୍ରମା

ଚୁନନଟି ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ ପାଇଁ ପ୍ରୟାସ

ଖଇରା, ୧୨/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରୀ ପଞ୍ଚାୟତ ଚୁନନଟି ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ପରିସରରେ ଗତକାଲି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଗ୍ରାମବାସୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚୁନନଟି ଗ୍ରାମରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ବୈଠକରେ ସମସ୍ତ ଗ୍ରାମବାସୀମାନଙ୍କ ସହିତ ଆଲୋଚନା ହୋଇଥିଲା। କିପରି ଏହି ଗ୍ରାମକୁ ବ୍ଲକ ତଥା ଜିଲ୍ଲାର ଏକ ନମ୍ବର ଆଦର୍ଶ ଗ୍ରାମରେ ପରିଣତ କରିହେବ ସେଥିପାଇଁ ସମସ୍ତ ଗ୍ରାମବାସୀଙ୍କର ସହଯୋଗ ମୋ ପାଇଁ ଏକାନ୍ତ ଜରୁରୀ ବୋଲି ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ କହିଥିଲେ। ଏହି ବୈଠକରେ କୁପାରୀ ସରପଞ୍ଚ ଭବଜ୍ୟୋସ୍ନା ନାୟକ, ସମିତି ସଭ୍ୟା ସୁନିତା ସାହୁ, ୱାର୍ଡମେମ୍ବର ମାଳତୀଲତା ରାଉତ, ମାନିନୀ ଦାସ, ଗ୍ରାମ କମିଟିର ସଭାପତି ନାରାୟଣ ଦକ୍ଷିଣରାୟ, ସଂପାଦକ ନିଶାକର ଦାସ, ରତ୍ନାକର ସେଣ୍ଢ, ଇନ୍ଦ୍ରମଣି ଦାସ, ଲକ୍ଷ୍ମୀଧର ରାଉତ, ଦାମୋଦର ରାଉତ, ବସନ୍ତ ମହାରଣା, ପୂର୍ଣ୍ଣ ଚନ୍ଦ୍ର ସାହୁ, ଦମୋଦର ଦାସ, ପର୍ଶୁରାମ ଦାସ, ଶ୍ୟାମସୁନ୍ଦର ସାହୁ, ବାଦଲ ମହାରଣା, ପ୍ରଭାସ ଦକ୍ଷିଣରାୟ, ବିଷ୍ଣୁପଦ ସାହୁ, ଗଙ୍ଗାଧର ସାମଲ, ବାବାଜି ଦାସ, ଆରତୀ ନାୟକ ପ୍ରମୁଖକଙ୍କ ସହିତ ଗ୍ରାମ ବହୁ ଗ୍ରାମବାସୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top